ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା: ପୁଣି ପ୍ରଶ୍ନପତ୍ର ଢାଞ୍ଚା ପଠାଇଲା ପରିଷଦ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର : ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ଏଥିଲାଗି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପରୀକ୍ଷା କେନ୍ଦ୍ରଗୁଡ଼ିକୁ ପ୍ରାକ୍ଟିକାଲ ପ୍ରଶ୍ନପତ୍ର ଓ ଉତ୍ତର ଖାତା ପଠାସରିଛି। ତେବେ ପରୀକ୍ଷାର ପ୍ରଶ୍ନପତ୍ର ଢାଞ୍ଚାକୁ ନେଇ ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବା ନଜରକୁ ଆସିଛି। କିଭଳି ପ୍ରଶ୍ନ ଆସିବ, ପ୍ରାକ୍ଟିକାଲ ପରୀକ୍ଷା କେତେ ମାର୍କର ହେବ ଏପରି ବିଭିନ୍ନ ପ୍ରଶ୍ନ ଉଠିବା ପରେ ପରିଷଦ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ପରୀକ୍ଷା ନିୟନ୍ତ୍ରକ ଅଶୋକ କୁମାର ନାୟକ କହିଛନ୍ତି ଯେ ରେଗୁଲାଇ ପରୀକ୍ଷାର୍ଥୀଙ୍କ ପାଇଁ ସମ୍ପୂର୍ଣ୍ଣ ସିଲାବସ୍‌ ଓ ଏକ୍ସ-ରେଗୁଲାର(୨୦୨୦ ପୂର୍ବରୁ ପଞ୍ଜୀକୃତ) ପରୀକ୍ଷାର୍ଥୀଙ୍କ ଲାଗି ସଂକ୍ଷିପ୍ତ ସିଲାବସ୍‌ ଅନୁଯାୟୀ ପ୍ରଶ୍ନ ଆସିବ। କେଉଁ ବିଷୟରେ କିଭଳି ପ୍ରଶ୍ନ ଓ କେତେ ମାର୍କ ଆସିବ ‌ସେନେଇ କଲେଜ ଅଧ୍ୟକ୍ଷମାନଙ୍କୁ ଅବଗତ କରାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ପୂର୍ବରୁ କଲେଜ କର୍ତ୍ତୃପକ୍ଷ ନିଜ ସ୍ତରରେ ପରୀକ୍ଷାର୍ଥୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି।

ମାର୍ଚ୍ଚ ପହିଲାରୁ ଆରମ୍ଭ ହେବାକୁ ଥିବା ଥିଓରି ପରୀକ୍ଷା ଲାଗି ଇତିମଧ୍ୟରେ କେନ୍ଦ୍ର ସୁପରି‌ଣ୍ଟେଣ୍ଡେଣ୍ଟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜରେ ପରୀକ୍ଷା କେନ୍ଦ୍ର କରାଯିବ ସେଠାକାର ଅଧ୍ୟକ୍ଷ ସୁପରି‌ଣ୍ଟେଣ୍ଡେଣ୍ଟ ଦାୟିତ୍ବରେ ରହିବାର ନିୟମ ରହିଛି। ତେବେ ପରୀକ୍ଷା କେନ୍ଦ୍ର ହୋଇଥିବା କଲେଜ ଅଧ୍ୟକ୍ଷଙ୍କ ନିକଟ ସମ୍ପର୍କୀୟ ଯଥା ପୁଅ, ଝିଅ, ସ୍ବାମୀ, ପତ୍ନୀ, ଭାଇ, ଭଉଣୀ, ବାପା, ମା’ ସମ୍ପୃକ୍ତ କେନ୍ଦ୍ରରେ ପରୀକ୍ଷା ଦେଉ ନଥିବା ଆବଶ୍ୟକ। ଯଦି ସେଭଳି କିଛି ଅସୁବିଧା ଥିବ ତେବେ ସମ୍ପୃକ୍ତ କଲେଜ ଅଧ୍ୟକ୍ଷ କେନ୍ଦ୍ର ସୁପରି‌ଣ୍ଟେଣ୍ଡେଣ୍ଟ ରହିପାରିବେ ନାହିଁ। ବରଂ କଲେଜର ବରିଷ୍ଠ ଅଧ୍ୟାପକଙ୍କୁ ସୁପରି‌ଣ୍ଟେଣ୍ଡେଣ୍ଟ ଭାବେ ଚୟନ କରିବା ସହ ଏସମ୍ପର୍କରେ ପରିଷଦକୁ ଅବଗତ କରାଇବେ। ପ୍ରତି କେନ୍ଦ୍ରରେ ଜଣେ ଲେଖାଏ ଡେପୁଟି ସୁପରି‌ଣ୍ଟେଣ୍ଡେଣ୍ଟ ରହିବେ। ଏହାବ୍ୟତୀତ ପରୀକ୍ଷା କେନ୍ଦ୍ରରେ ପିଲା ସଂଖ୍ୟା ଅନୁଯାୟୀ ଡେପୁଟି ସୁପରି‌ଣ୍ଟେଣ୍ଡେଣ୍ଟଙ୍କୁ ନିୟୋଜନ କରାଯିବ। କେନ୍ଦ୍ର ସୁପରି‌ଣ୍ଟେଣ୍ଡେଣ୍ଟଙ୍କ ସୁପାରିଶ ଅନୁଯାୟୀ ହିଁ ଏହା ହେବ।

‌ଅନ୍ୟପକ୍ଷରେ ପରୀକ୍ଷା ପରିଚାଳନା ହବ୍‌ରେ ନିଯୁକ୍ତ ହେବାକୁ ଥିବା ଅଧିକାରୀଙ୍କ ପାଇଁ ମଧ୍ୟ କଟକଣା ଲାଗିଛି। ଯେଉଁ ୨୦୨ଟି କଲେଜ/ଟ୍ରେଜେରିରେ ହବ୍‌ ହୋଇଛି ସେଠାକାର ଅଧ୍ୟକ୍ଷ/ଉପ-ଜିଲ୍ଲାପାଳ ସୁପରଭାଇଜର ଦାୟିତ୍ବରେ ରହିବେ। ତେବେ ସେମାନଙ୍କ ନିକଟ ସମ୍ପର୍କୀୟ ଚଳିତବର୍ଷ ଯୁକ୍ତ୨ ପରୀକ୍ଷା ଦେଉ ନ ଥିବା ଆବଶ୍ୟକ। ସେଭଳି ସ୍ଥିତିରେ ସମ୍ପୃକ୍ତ କଲେଜର ବରିଷ୍ଠ ଅଧ୍ୟାପକ ସୁପରଭାଇଜର କାର୍ଯ୍ୟ ତୁଲାଇବେ। ସେହିପରି ଡେପୁଟି ହବ୍‌ ସୁପରଭାଇଜର, ଅବଜରଭର, ଅଣ-ଶିକ୍ଷକ କର୍ମଚାରୀଙ୍କ ସମ୍ପର୍କୀୟ ପରୀକ୍ଷା ଦେଉଥିଲେ ମଧ୍ୟ ସେମାନଙ୍କୁ ହବ୍‌ ଦାୟିତ୍ବରୁ ଦୂରେଇ ରଖାଯିବ। ହାତରେ କମ୍‌ ସମୟ ଥିବାରୁ ସିସି କ୍ୟାମେରା, ସୁରକ୍ଷା ବ୍ୟବସ୍ଥା ଆଦିକୁ ଠିକ୍‌ କରିବାକୁ ପରାମର୍ଶ ଦିଆଯାଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।