ଅପରାଧ ରାଜ୍ୟ

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

କରଞ୍ଜିଆ ୦୭।୦୮ : ପୁଣି ଜନନୀ ଯନ୍ତ୍ରଣା। ପହଞ୍ଚି ପାରିଲାନି ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗର୍ଭବତୀ। ଡାକ୍ତରଖାନା ଯିବା ରାସ୍ତାରେ ପ୍ରସବ କଲେ ଗର୍ଭବତୀ। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରୁ ମାତ୍ର ୪ କି.ମି. ଭିତରେ ଥିବା ଖମୁଡ଼ିହା ଗାଁର ପୁରୁଣାପାଣି ସାହିରେ ଏଭଳି ଘଟଣା ଘଟିଛି।

ଖବର ଅନୁଯାୟୀ, ପୁରୁଣାପାଣି ସାହିର ବିଜୟ ମୁଣ୍ଡୁରୀଙ୍କ ସ୍ତ୍ରୀ ନମିତା ମୁଣ୍ଡୁରୀଙ୍କର ଶନିବାର ଦିନ ୧ଟା ବେଳେ ଗର୍ଭଯନ୍ତ୍ରଣା ହୋଇଥିଲା। ମାତ୍ର ଗାଁକୁ ଗାଡି ଯିବାର ସୁବିଧା ନଥିବାରୁ ଖଟିଆରେ ବୁହା ହୋଇ ଡାକ୍ତରଖାନା ଆଣିବାକୁ ସନ୍ଧ୍ୟା ହୋଇଯାଇଥିଲା। ବିଜୟ ବାହାର ରାଜ୍ୟକୁ ଶ୍ରମିକ ଭାବରେ କାମ କରିବାକୁ ଯାଇଥିବାରୁ ତାଙ୍କ ଅନୁପସ୍ଥିତିରେ ଗ୍ରାମବାସୀମାନେ ନମିତାଙ୍କୁ ଖଟିଆରେ ପାଖାପାଖି ୧ କି.ମି. ବୋହି ଆଣି ୧୦୨ ଆମ୍ବୁଲାନ୍ସ ଯୋଗେ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ମାତ୍ର ସେତେବେଳକୁ ଅନେକ ବିଳମ୍ବ ଘଟିଥିବାରୁ ନମିତା ରାସ୍ତାରେ ପ୍ରସବ କରିଥିଲେ l ତେବେ ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ଶିଶୁର ଓଜନ କମ୍ ଥିବାରୁ ତୁରନ୍ତ ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି l ଏବେ ଶିଶୁ ଏବଂ ମାଆ ଦୁହେଁ ସୁସ୍ଥ ଥିବା ଜଣା ପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।