ରାଜ୍ୟ

ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା: ଜନଜୀବନ ପ୍ରଭାବିତ

ବଲାଙ୍ଗୀର: ବଲାଙ୍ଗୀର ସହରରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଠରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ସକାଳୁ ସକାଳୁ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ  ମହିଳା କର୍ମୀମାନେ ପିକେଟିଂ କରି ବିଭିନ୍ନ ସ୍ଥାନରେ ବନ୍ଦ ଡାକରାରେ ସାମିଲ ହେବା ଲାଗି ଲୋକଙ୍କୁ ନିବେଦନ କରୁଥିବାର ଦେଖିବାକୁ ମିଳିଛି। ଆଜି ବଲାଙ୍ଗୀରରେ ଦେକାନବଜାର, ସରକାରୀ ବେସକାରୀ ଶିକ୍ଷା ନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଏହାଛଡ଼ା ଗାଡ଼ି ଚଳାଚଳ ଠପ୍ ହୋଇଯାଇଥିବା ଜଣାଯାଇଛି।

ସ୍ନେହଲତା ଛତ୍ରିଆ ଘଟଣାର ସିବିଆଇ ତଦନ୍ତ ଓ ବିଭିନ୍ନ ପୀଡ଼ିତ ମହିଳାଙ୍କୁ ନ୍ୟାୟ ଦାବିରେ ବଲାଙ୍ଗୀର ବିଭିନ ସଂଗଠନ ବନ୍ଦ ଡାକରା ଦେଇଛ। ସକାଳ ୬ଟା ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ତରଫରୁ ସମସ୍ତ ସରକାରୀ ବେସକାରୀ ଶିକ୍ଷା ନୁଷ୍ଠାନ, ସରକାରୀ ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ଯାନବାହାନ ଚଳାଚଳ ପାଇଁ ନିଷେଧ କରାଯାଇଛି। ଏହି ବନ୍ଦ ଡାକରାକୁ ନଗର କଂଗ୍ରେସ କମିଟି ସହ ବିଭିନ୍ନ ସଂଗଠନ ବି ପୂର୍ଣ୍ଣ ସମର୍ଥନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।