ଦେଶ ବିଦେଶ ସ୍ୱାସ୍ଥ୍ୟ

ପଶ୍ଚିମବଙ୍ଗ: ପ୍ଲାଷ୍ଟିକ୍ କାରଖାନାରେ ବିସ୍ଫୋରଣ, ୫ ମୃତ

ମାଲଦା ୧୯।୧୧: ପଶ୍ଚିମବଙ୍ଗ ମାଲଦା ଜିଲ୍ଲା ସୁଜାପୁରସ୍ଥିତ ଏକ ପ୍ଲାଷ୍ଟିକ୍‌ କାରଖାନାରେ ଗୁରୁବାର ବିସ୍ଫୋରଣ ହୋଇଛି। ଫଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ କାରଖାନାରେ ଭୀଷଣ ବିସ୍ଫୋରଣ ହୋଇଥିଲା। ଦୁର୍ଘଟଣା ବସତଃ ଏହି ବିସ୍ଫୋରଣ ହୋଇଥିବା ପଶ୍ଚିମବଙ୍ଗ ଗୃହ ବିଭାଗ କହିଛନ୍ତି।

କାରଖାନାରେ ବିସ୍ଫୋରଣକୁ ନେଇ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯାଇଛି। ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କାରଖାନାରେ ବିସ୍ଫୋରଣ କିପରି ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ରାଜ୍ୟ ସରକାର ବିସ୍ଫୋରଣରେ ମୃତାହତ ଲୋକଙ୍କ ଲାଗି କ୍ଷତିପୂରଣ ଘୋଷଣା କରିଛନ୍ତି। ଘଟଣାସ୍ଥଳକୁ ଜିଲ୍ଲା କଲେକ୍ଟର, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ସମ୍ପୃକ୍ତ କ୍ଷେତ୍ରର ମନ୍ତ୍ରୀଙ୍କୁ ପଠାଯାଇଛି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାରଖାନା ବିସ୍ଫୋରଣ ମାମଲାରେ ଜିଲ୍ଲା କଲେକ୍ଟର ଓ ଏସପିଙ୍କ ସହ ଭିଡିଓ କନଫରେନସିଂରେ ଆଲୋଚନା କରିଛନ୍ତି। ଦୁର୍ଘଟଣାରେ ମୃତକଙ୍କ ପରିବାର ଲାଗି ରାଜ୍ୟ ସରକାର ୨ଲକ୍ଷ ଟଙ୍କା ଲେଖଏଁ ଆର୍ଥିକ ସହାୟତା ଘୋଷଣା କରିଥିବା ବେଳେ ଆହତଙ୍କ ଲାଗି ୫୦ ହଜାର ଟଙ୍କାର ସହୟତା ପ୍ରଦାନ କରାଯିବ ବୋଲି କୁହାଯାଇଛି। ବିସ୍ଫୋରଣ କାଣ୍ଡର ଯାଞ୍ଚ ହେଉଥିବା ଅଗ୍ନିଶମ ବିଭାଗ ଅଧିକାରୀ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ