ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ୪୫ ଜଣଙ୍କ ମୃତ୍ୟୁ ହୋଇଛି:ବିଜେପି

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ‌ରେ ହୋଇଥିବା ହିଂସା ପାଇଁ ବିଜେପି ଆଜି ଟିଏମ୍‌ସି ସରକାର ଉପରେ ପ୍ରବଳ ବର୍ଷିଛି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅତ୍ୟନ୍ତ କ୍ରୁର ଓ ନିଷ୍ଠୁର କହିଛି। ନିର୍ବାଚନ ହିଂସା‌ରେ ଅତି କମ୍‌ରେ ୪୫ ଲୋକଙ୍କ ମୃତ୍ୟୁ ହୋଇଛି ବୋଲି ବିଜେପି ଦାବି କରିଛି। ବିଜେପି କହିଛି, ଗଣମାଧ୍ୟମ ରିପୋର୍ଟ ଆଧାରରେ ରାଜ୍ୟରେ ନିର୍ବାଚନୀ ହିଂସା ପାଇଁ ୪୫ ଜଣଙ୍କ ମୃତ୍ୟୁ ହୋଇଛି। ଅନେକ ସ୍ଥାନରେ ବୁଥ୍‌ ଜବରଦଖଲ ହୋଇଛି। ଯୋଜନାବଦ୍ଧ ଭାବେ ହତ୍ୟା‌କାଣ୍ଡ ଘଟାଯାଇଛି ବୋଲି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଦାବି କରିଛନ୍ତି।

ବିଜେପି ନିର୍ବାଚନୀ ହିଂସାକୁ କଡ଼ା ନିନ୍ଦା କରି ପଶ୍ଚିମବଙ୍ଗରେ ଗଣତନ୍ତ୍ରର ହତ୍ୟା କରାଯାଇଛି ବୋଲି କହିଛି। ଉକ୍ତ ପ୍ରସଙ୍ଗରେ କଂଗ୍ରେସ, ବାମ ଦଳ ଏବଂ ଅନ୍ୟ ଦଳଗୁଡ଼ିକ ନିରବ ଥିବାରୁ ସମ୍ବିତ ପାତ୍ର ଏନେଇ ପ୍ରଶ୍ନ ଉଠାଇଛନ୍ତି। ପାତ୍ର କହିଛନ୍ତି ଯେ ଲାଲୁ ଯାଦବ, ନୀତୀଶ କୁମାର, ରାହୁଲ ଗାନ୍ଧି ଏବଂ ଅନ୍ୟମାନେ ଏବେ କୁଆଡ଼େ ଗଲେ। ମହବ୍ବତ କି ଦୁକାନ ଖୋଲିଥିବା ରାହୁଲ ଗାନ୍ଧି ପଶ୍ଚିମବଙ୍ଗରେ ନିଜର କର୍ମୀମାନଙ୍କର ହତ୍ୟାକୁ ନେଇ ନିରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ଏବେ ଭୟରେ ଅନେକ ଲୋକ ପଶ୍ଚିମବଙ୍ଗ ଛାଡ଼ି ଆସାମରେ ଆଶ୍ରୟ ନେଇଛନ୍ତି ବୋଲି ସେ ଦାବି କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ