ଦେଶ ବିଦେଶ ସ୍ୱାସ୍ଥ୍ୟ

ପଶ୍ଚିମବଙ୍ଗ କୋଭିଡ୍‌ ଆକ୍ରାନ୍ତଙ୍କୁ ମମତାଙ୍କ ଉପହାର: ଫଳ ଚାଙ୍ଗୁଡ଼ି ଓ ‘ଶୀଘ୍ର ସୁସ୍ଥ ହୁଅନ୍ତୁ’ ବାର୍ତ୍ତା

କୋଲ୍‌କାତା: ରାଜ୍ୟର କୋଭିଡ୍‌-୧୯ ଆକ୍ରାନ୍ତଙ୍କ ପାଇଁ ପଶ୍ଚିମବଙ୍ଗ ସରକାର ଚାଙ୍ଗୁଡ଼ିଏ ଫଳ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ‘ଶୀଘ୍ର ସୁସ୍ଥ ହୁଅନ୍ତୁ’ ବାର୍ତ୍ତା ପଠାଉଛନ୍ତି।

ଏଯାବତ୍‌ ପ୍ରାୟ ୧୦,୦୦୦ ଫଳ ଚାଙ୍ଗୁଡ଼ି ପ୍ରସ୍ତୁତ କରାଯାଇ ସମଗ୍ର କୋଲ୍‌କାତାରେ ବଣ୍ଟନ ଆରମ୍ଭ କରାଯାଇଛି। ବାର୍ତ୍ତା ଥିବା ଉପରୋକ୍ତ ଫଳ ଚାଙ୍ଗୁଡ଼ି ବଣ୍ଟନ ଭାର କାଉନ୍‌ସିଲର୍‌ମାନଙ୍କ ଉପରେ ନ୍ୟସ୍ତ କରାଯାଇଛି। ଫଳ ଓ ବାର୍ତ୍ତା ଦେବା ପାଇଁ ସେମାନେ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଘରକୁ ଯାଉଛନ୍ତି। ଯେଉଁ ୟୁନିଟ୍‌ଗୁଡ଼ିକରେ ସଂକ୍ରମଣ ହାର ଅଧିକ ରହିଛି ସେ ଅଞ୍ଚଳରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଦୁଆରେ ଫଳ ଚାଙ୍ଗୁଡ଼ା ରଖି ଗୃହବାସୀଙ୍କୁ ଫୋନ୍‌ ଯୋଗେ ସୂଚନା ଦିଆଯାଉଛି।

ଗୁରୁବାର ଦିନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ, ଏଯାବତ୍‌ ୨,୦୭୫ କୋଭିଡ୍‌-୧୯ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପଶ୍ଚିମବଙ୍ଗରେ ସମୁଦାୟ ୪୦୩ଟି ‘କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌’ ଥିବା ବେଳେ ‘ପଜିଟିଭିଟି’ ହାର ୨୩.୧୭%ଳ ମୃତ୍ୟୁହାର ୧.୧୮% ଏବଂ ହସ୍‌ପିଟାଲ୍‌ ଶଯ୍ୟାସଂଖ୍ୟା ୧୯,୫୧୭ ରହିଛି। ଆନ୍ତଃରାଜ୍ୟ ସୀମାନ୍ତ ଗମନାଗମନ ପାଇଁ ‘ଆର୍‌ଟି-ପିସିଆର୍‌’ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଆଗାମୀ ୧୫ ଦିନ ହେଉଛି ଗୁରୁତ୍ବପୂର୍ଣ୍ଣ। କଟକଣା ବଢ଼ାଇବି ଏବଂ ଆଗାମୀକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବି।

ସୂଚନାଯୋଗ୍ୟ, କୋଲ୍‌କାତା ପୁଲିସ କମିସନର୍‌ ବିନୀତ ଗୋୟଲ୍‌, ସ୍ବାସ୍ଥ୍ୟ ସେବା ନିର୍ଦେଶକ ଡାକ୍ତର ଅଜୟ ଚକ୍ରବର୍ତ୍ତୀ ଏବଂ ଡାକ୍ତରୀ ଶିକ୍ଷା ନିର୍ଦେଶକ ଦେବାଶିଷ ଭଟ୍ଟାଚାର୍ଯ୍ୟ ମଧ୍ୟ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ