ସ୍ୱାସ୍ଥ୍ୟ

ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌ ଭଳି କୋଭିଡ୍‌ କଟକଣା; ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ମଲ୍‌, ରେସ୍ତୋରାଁ, ଜିମ୍‌ ବନ୍ଦ

କୋଲ୍‌କାତା: ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସମସ୍ତ ସପିଙ୍ଗ୍ କମ୍ପ୍ଲେକ୍ସ/ମଲ୍, ବିୟୁଟି ପାର୍ଲର୍‌, ସିନେମା ହଲ୍‌, ରେସ୍ତୋରାଁ, ବାର୍‌, ସ୍ପୋର୍ଟସ୍‌ କମ୍ପ୍ଲେକ୍ସ୍, ଜିମ୍‌, ସ୍ପା, ଏବଂ ସୁଇମିଙ୍ଗ୍‌ ପୁଲ୍‌ ବନ୍ଦ ରହିବ ବୋଲି ଶୁକ୍ରବାର ଦିନ ପଶ୍ଚିମବଙ୍ଗ ସରକାର ଏକ ଆଦେଶନାମା ଜାରି କରି କହିଛନ୍ତି।

କିନ୍ତୁ, ଔଷଧ ଦୋକାନ, ଡାକ୍ତରୀ ଉପକରଣ ଦୋକାନ, ‘ହୋମ୍‌ ଡେଲିଭରି’ ସମେତ ତେଜରାତି ଦୋକାନ ସବୁକୁ ଏହି ନିଷେଧାଦେଶରୁ ବାଦ୍‌ ଦିଆ ଯାଇଛି। ରାଜ୍ୟରେ ଥିବା ଦୋକାନଗୁଡ଼ିକ କେବଳ ସକାଳ ୭ଟାରୁ ୧୦ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲା ରହିବ।


କୋଭିଡ୍‌-୧୯ ପରିସ୍ଥିତି ଯୋଗୁଁ ରାଜ୍ୟରେ ସମସ୍ତ ପ୍ରକାରର ସାମାଜିକ ଓ ସାଂସ୍କୃତିକ ସମାବେଶକୁ ନିଷେଧ କରାଯାଇଛି।

ସରକାରଙ୍କ ଆଦେଶ ଅନୁସାରେ, ଭୋଟ୍‌ ଗଣନ ପ୍ରକ୍ରିୟା ଏବଂ ବିଜୟ ରାଲି ବା ପଟୁଆର ସଂକ୍ରାନ୍ତ ସମସ୍ତ କାର୍ଯ୍ୟକଳାପ ଭାରତର ନିର୍ବାଚନ କମିସନ୍‌ଙ୍କଦ୍ବାରା ଜାରି ସଦ୍ୟତମ ଆଦେଶ ଅନୁସାରେ ପାଳନ କରାଯିବ।

ଉପରୋକ୍ତ ଆଦେଶନାମା ଉଲ୍ଲଂଘନ କରିଥିବା ବ୍ୟକ୍ତିବିଶେଷଙ୍କ ପ୍ରତି ‘୨୦୦୫ ବିପର୍ଯ୍ୟୟ ପରିଚାଳନା ଆଇନ’ ଆଧାରରେ ଦଣ୍ଡ ବିଧାନ କରାଯିବା ସହ ଭାରତୀୟ ପିଙ୍ଗଳ କୋଡ୍‌ ଧାରା ୧୮୮ ଏବଂ ଅନ୍ୟାନ୍ୟ ଆଇନଗତ ଦଣ୍ଡ ବିଧାନ କରାଯିବ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।