ଦେଶ ବିଦେଶ ସ୍ୱାସ୍ଥ୍ୟ

ପଶ୍ଚିମବଙ୍ଗରେ ନୂତନ ପ୍ରଜାତିର କରୋନାଭୂତାଣୁ ଠାବ, ରୋଗପ୍ରତିରୋଧକତାରୁ ଖସି ପଳାଇବାରେ ସକ୍ଷମ

ନୂଆଦିଲ୍ଲୀ: ଦେଶର ସବୁଠୁ ଅଧିକ କୋଭିଡ୍‌ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର ଜୈବିକ ଅନୁକ୍ରମ ଅନୁଧ୍ୟାନ କରାଯାଇଥିବା ନମୁନାଗୁଡ଼ିକ ମଧ୍ୟରୁ ୬୦ ପ୍ରତିଶତରୁ ଅଧିକରେ ବି.୧.୬୧୭ ନାମକ ନୂତନ ପ୍ରଜାତିର ଦ୍ବୈତ ରୂପାନ୍ତିରିତ କରୋନାଭୂତାଣୁ ବିଶେଷଜ୍ଞମାନଙ୍କ ବୁଦ୍ଧି ହଜେଇ ଦେଇଥିବା ବେଳେ ଏବେ ପଶ୍ଚିମବଙ୍ଗରେ ଚିହ୍ନଟ ଅନ୍ୟ ଏକ ପ୍ରଜାତି ଚିନ୍ତା ବଢ଼ାଇଦେଇଛି। ବି.୧.୬୧୮ ପ୍ରଜାତିର ଏହି ଭୂତାଣୁରେ ବି.୧.୬୧୭ ବହନ କରୁଥିବା ଇ୪୮୪କେ ନାମକ ରୂପାନ୍ତର ସମେତ ଅନ୍ୟ ଗୁଡ଼ାଏ ରୂପାନ୍ତର ରହିଥିବା ଜଣାଯାଇଛି। ଜଣକ ଠାରେ କରୋନାଭୂତାଣୁ ବିରୋଧରେ ରୋଗପ୍ରତିରୋଧକତା ବିକଶିତ ହେବାର ଦକ୍ଷତା ରହିଥିଲେ ବି ଏହି ପ୍ରଜାତିର ନୂତନ ପ୍ରଜାତି ସେସବୁରୁ ଖସି ପଳାଇବାର ସାମର୍ଥ୍ୟ ରଖିଛି ବୋଲି କୁହାଯାଉଛି। ସୁତରାଂ ଏହା ସବୁଠୁ ଘାତକ ସାବ୍ୟସ୍ତ ହେବ ବୋଲି ଭୂତାଣୁ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ