ଅପରାଧ ରାଜ୍ୟ

ପଶ୍ଚିମବଙ୍ଗରୁ ଚୋରାରେ ଚାଲାଣ ହେଉଥିଲା ଗୋରୁ, ଅଧାରାସ୍ତାରେ ଗାଡିକୁ ଜବତ କଲା ପୋଲିସ

ଜଳେଶ୍ୱର ୧୦।୦୯ : ଗୋରୁ ଭର୍ତ୍ତି ପିକ୍‌ଅପ୍‌ ଭ୍ୟାନ୍‌ ଜବତ । ୧୮ ଗୋରୁ ଉଦ୍ଧାର । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ରାଜଘାଟ ଠାରେ ଜବତ ହୋଇଛି ଗାଡି । ଓଡିଶାରୁ ପଶ୍ଚିମବଙ୍ଗକୁ ଚାଲାଣ ବେଳେ ଧରାପଡିଲା ପିକ୍‌ଅପ୍‌ ଭ୍ୟାନ୍‌ ।

ଖବର ଅନୁଯାୟୀ, ଜଳେଶ୍ୱର ୬୦ନ ଜାତୀୟ ରାଜପଥ ଦେଇ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି । ସବୁ ଜାଣି ବି ନିଦା ବିଷ୍ଣୁ ସାଜିଛି ସ୍ଥାନୀୟପୋଲିସ । ଏହିକ୍ରମରେ ରାଜଘାଟ ନାକା ପଏଣ୍ଟ ନିକଟରେ ଏକ ପଥର ବୋଝେଇ ଡମ୍ପରକୁ ଯାଞ୍ଚ ଚାଲିଥିଲା । ଏହି ସମୟରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଡିଶାରୁ ପଶ୍ଚିମବଙ୍ଗ ଗୋରୁ ନେଇ ଯାଉଥିଲା । ଗାଡିଟି ଦ୍ରୁତ ଗତିରେ ଆସି ପୋଲିସ ଯାଞ୍ଚ କରୁଥିବା ଡମ୍ଫରକୁ ଧକ୍କା ଦେଇଥିଲା । ଅଳ୍ପକେ ବର୍ତ୍ତିଯାଇଥିଲେ ପୋଲିସ ଓ ଡମ୍ଫର ଡ୍ରାଇବର । ସେପଟେ ଘଟଣାସ୍ଥଳରୁ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଫେରାର ହେବାର ସକ୍ଷମ ହୋଇଥିଲା । ପୋଲିସ ପିକ୍‌ଅପ୍‌ ଭ୍ୟାନ୍‌ ଓ ପଥର ବୋଝେଇ ଡମ୍ଫରକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।