ଅପରାଧ ରାଜ୍ୟ

ପଶ୍ଚିମବଙ୍ଗକୁ ହେଉଥିଲା ଗଞ୍ଜେଇ ଚାଲାଣ, ୨ ମାଫିଆ ଥାନାରେ ଅଟକ, କାର ଜବତ

ଜଳେଶ୍ୱର, ୨୪/୦୫: ୬୦ ନଂ ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ କାରରେ ଗଞ୍ଜେଇ ଚୋରା ଚାଲାଣ ହେଉଥିଲା ବେଳେ ଜଳେଶ୍ୱର ପୋଲିସ ଦ୍ଵାରା ରାଜଘାଟ ନାକା ପଏଣ୍ଟ ନିକଟରୁ କାର ଜବତ ହୋଇଛି । ଦୁଇ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିଛି ପୋଲିସ୍‌ । ପାଖାପାଖି ୧ କୁଣ୍ଟାଲରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ ହୋଇଛି । ପୋଲିସର ତଦନ୍ତ ଜାରୀ ରହିଛି ।

ସୂଚନା ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥ ଦେଇ ଓଡିଶାରୁ ପଶ୍ଚିମବଙ୍ଗକୁ ଗେଞ୍ଜେଇ ସହିତ ବିଭିନ୍ନ ଜିନିଷ ପ୍ରତେକ ଦିନ ଚୋରାଚାଲାଣ ହେଉଛି । ତେବେ ଏନେଇ ଜଳେଶ୍ୱର ପୋଲିସ ନିକଟରେ ବାରମ୍ବାର ଅଭିଯୋଗହୋଇ ଆସୁଛି । ଆଜି ପାଖାପାଖି ଦିନ ୧୨ଟା ସମୟରେ ଓଡିଶାରୁ ପଶ୍ଚିମବଙ୍ଗକୁ OR02 BQ 7222 ନଂ ବିଶିଷ୍ଟ ଏକ ମାରୁତି ସୁଜୁକି ସ୍ୱିଫ୍ଟ କାରରେ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଜଳେଶ୍ୱର ପୋଲିସ ଖବର ପାଇଥିଲା ।

ରାଜଘାଟ ନାକା ପଏଣ୍ଟରେ ଚଢ଼ାଉ କରି କାରକୁ ଜବତ କରିବା ସହିତ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ ଅଟକ ରଖିବା ସହିତ ପୋଲିସ କାରରୁ ପାଖାପାଖି ୭୫ଟି ପ୍ୟାକେଟ ଗଂଜେଇ ଜବତ କରିଛି । ଯାହାର ଓଜନ ଆନୁମାନିକ ୧ କୁଣ୍ଟାଲରୁ ଉର୍ଦ୍ଧ୍ୱ ହେବ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।