ରାଜ୍ୟ

ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମ। ଗଛ ଲଗାଇ ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସପ୍ତାହକ ମଧ୍ୟରେ ଅଢ଼େଇ କୋଟି ଗଛ ଲଗାଇବେ ମିଶନ ଶକ୍ତି ମହିଳା। ମୋଟ ଉପରେ ସାଢେ ୪ କୋଟି ଗଛ ଲଗାଯିବ। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ମାଙ୍କ’ ନାରେ ଗଛଟିଏ କାର୍ଯ୍ୟକ୍ରମର ଭୁବନେଶ୍ୱରରେ ଶୁଭାରମ୍ଭ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ହର୍ଟି କଲଚର, ଏଗ୍ରି କଲଜର, ଜଙ୍ଗଲ ବିଭାଗ ଓ ବିଭିନ୍ନ ନର୍ସରୀରେ ଥିବା ଗଛଗୁଡ଼ିକୁ ମିଶନ ଶକ୍ତି ମହିଳାମାନଙ୍କୁ ଦିଆଯିବ। ସେମାନେ ୭ ଦିନ ମଧ୍ୟରେ ଅଢେଇ କୋଟି ଗଛ ଲଗାଇବେ। ନିଜ ବାଡ଼ି ଅବା ରାସ୍ତାକଡ଼ରେ ଗଛ ଲଗାଯିବ। ଆଉ ଯିଏ ଯେଉଁ ଗଛ ଲଗାଇବ ସେହି ଗଛକୁ ନିଜ ମା ଭାବି ଗଛର ଯତ୍ନ ନେବେ। ଜଳବାୟୁ ପରିବର୍ତ୍ତନ ପ୍ରଭାବରୁ ବଞ୍ଚିବା ଏବଂ ପରିବେଶ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।