ପର୍ଯ୍ୟଟନ ରାଜ୍ୟ

ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ବନ୍ଦ, ଜାଣନ୍ତୁ କାହିଁକି?

କରଞ୍ଜିଆ: ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନକୁ ବନ୍ଦ କରିବାକୁ ଘୋଷଣା ହୋଇଛି । ବର୍ଷା ଓ କୁହୁଡି ଯୋଗୁଁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଶିମିଳିପାଳକୁ ବନ୍ଦ କରିବାକୁ ଘୋଷଣା ହୋଇଛି । ପାଗ ଶୁଖିଲା ପରେ ପୁଣି ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଉଦ୍ୟାନ । ଏନେଇ ଶିମିଳିପାଳ ଜାତୀୟ ଉଦ୍ୟାନ ଉପନିର୍ଦ୍ଦେଶକ ସାଇକିରଣ ଡିଏନ୍ସ ଘୋଷଣା କରିଛନ୍ତି ।

ତେବେ କୋଭିଡ ସଂକ୍ରମଣ ହ୍ରାସ ପାଇବା ପରେ ନଭେମ୍ବର ୧ ତାରିଖରେ ଶିମିଳିପାଳ ଅଭୟାରଣ୍ୟ ଖୋଲିଥିଲା । ସକାଳ ୬ଟାରୁ ୯ଟା ମଧ୍ୟରେ ଅଭୟାରଣ୍ୟ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିବା ବେଳେ ପିଠାବଟା ଗେଟ୍ ପଟରୁ ୨୫ଟି ଚାରିଚକିଆ ଗାଡ଼ିକୁ ଅନୁମତି ମିଳୁଥିଲା । ସେହିପରି ଯଶିପୁର ଗେଟ ପଟରୁ ୩୫ଟି ଗାଡ଼ିକୁ ଅନୁମତି ଦିଆଯାଇଥିଲା ।

NewsLaxmi7

About Author

You may also like

ପର୍ଯ୍ୟଟନ

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ

ଦୀର୍ଘଦିନ ପରେ କରୋନା କଟକଣା ମଧ୍ୟରେ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। କୋଭିଡ କଟକଣା ମାନି ଜାତୀୟ ଉଦ୍ୟାନରେ ବୁଲି
ପର୍ଯ୍ୟଟନ

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ, ଏହାର ଅଭିବୃଦ୍ଧି ପାଇଁ ଚଳିତବର୍ଷ ବଜେଟରେ 19 କୋଟି ଟଙ୍କା ବ୍ୟବସ୍ଥା

ପରିବେଶ ପର୍ଯ୍ୟଟନରୁ ବଢିଛି ଆୟ। 2019-20 ଆର୍ଥିକ ବର୍ଷରେ 46 ହଜାରରୁ ଅଧିକ ପର୍ଯ୍ୟଟକ ପରିବେଶ ପର୍ଯ୍ୟଟନର ସୁଯୋଗ ନେଇଥିଲେ। ଏଥିରୁ 6 କୋଟି 85 ଲକ୍ଷ