ଅପରାଧ ରାଜ୍ୟ

ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ, ୩ କର୍ମଚାରୀଙ୍କୁ ବାନ୍ଧିଲା ପୋଲିସ

ବାରଙ୍ଗ ୨୩/୦୫ : ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମାଡ଼ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଆକ୍ରମଣରେ ସମ୍ପୃକ୍ତ ଥିବା ସଫାରୀ କାଉଣ୍ଟରର ୩ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ। ଅପର ପକ୍ଷରେ ଘଟଣାର ତଦନ୍ତ କରି ଦୋଷୀ ଠିକାଦାର ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ନନ୍ଦନକାନନର ଉପନିର୍ଦ୍ଦେଶକ।

ସୂଚନାନୁଯାୟୀ, ରବିବାର ନନ୍ଦନକାନନ ବସ୍ ସଫାରୀ ଟିକେଟ କାଉଣ୍ଟରରେ ଛତିଶଗଡ଼ର କିଛି ପର୍ଯ୍ୟଟକ ଟିକେଟ କାଟିବାକୁ ବାଧ୍ୟ କରିବା ପରେ କାଉଣ୍ଟର କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା। ନନ୍ଦନକାନନ ସଫାରୀ ବସ୍ କର୍ମଚାରୀଙ୍କ ଆକ୍ରମଣରେ ଦୁଇ ପର୍ଯ୍ୟଟକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।