ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପରୀକ୍ଷା ଦେବାକୁ ଯାଇ ମାସେ ହେଲା ଫେରିନି ପୁଅ, ବାଟ ଚାହିଁ ବସିଛନ୍ତି ବାପା-ମା’

ଉମରକୋଟ ୯।୨: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ଅଧିନସ୍ଥ ସନ୍ଧିମୁଣ୍ଡା ଗ୍ରାମର ପବିତ୍ର ମାଳିଙ୍କ ପୁଅ ବିଦ୍ୟାଧର ମାଳି ଆଜକୁ ଏକ ମାସ ତଳେ ନିଟ୍ ପରୀକ୍ଷା ଦେବାକୁ ଯାଇ ଆଉ ଘରକୁ ଫେରିନଥିବା ନେଇ ପରିବାର ବର୍ଗ ଚିନ୍ତାରେ ରହିଛନ୍ତି । ବିଦ୍ୟାଧର କୋରାପୁଟ କଲେଜରୁ ପିଜି ପାସ୍ ହୋଇଥିବା ବେଳେ ଗତ ଜାନୁୟାରୀ ୨ ତାରିଖ ଦିନ ଜୟପୁର ଯାଇ ଚନ୍ଦାହାଣ୍ଡି ବ୍ଲକ୍ ଚାନ୍ଦଗିରୀ ଗ୍ରାମର ତାଙ୍କ ସାଙ୍ଗ ପାଖରେ ରହି ସକାଳେ ନିଟ୍ ପରୀକ୍ଷା ଦେବାକୁ ବ୍ରହ୍ମପୁର ଯାଇଥିଲେ ।

ବ୍ରହ୍ମପୁରରେ ପରୀକ୍ଷା ସରିବା ପରେ ସାଙ୍ଗମାନେ ଚାଲି ଆସିଥିବା ବେଳେ ସେ କିଛି ଦିନ ବ୍ରହ୍ମପୁରରେ ରହିବେ ବୋଲି ସାଙ୍ଗମାନଙ୍କୁ କହିଥିଲେ। ତେବେ ଆଜିକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ହୋଇଥିଲେ ମଧ୍ୟ ସେ ଘରକୁ ନ ଫେରିବା ଓ ତାଙ୍କ ସହ ପରିବାର ବର୍ଗଙ୍କ ଯୋଗାଯୋଗ ନହେବାରୁ ବାପା ମା’ ଚିନ୍ତାରେ ଅଛନ୍ତି । ଏନେଇ ବାପା ପବିତ୍ର ମାଳି ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ପରିବାର ପୁଅକୁ ଖୋଜିବା ପାଇଁ ସମର୍ଥ ନଥିବାରୁ ପ୍ରଶାସନ ପୁଅକୁ ଖୋଜି ଫେରାଇ ଆଣିବା ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି