ଅପରାଧ ରାଜ୍ୟ

ପରିସ୍ରା କରିବାକୁ ନେଇ ତୁମୂଳକାଣ୍ଡ, ଭାଇବୋହୂକୁ ମାଡ ମାରି କଲେ ଲହୁଲୁହାଣ

ଉଦଳା ୧୪।୬: ସାମାନ୍ୟ ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ । ଭାଇବୋହୂକୁ ଅତି ନିର୍ଦ୍ଦୟ ଭାବେ ମାଡ ମାରି କଲେ ଲହୁଲୁହାଣ । ଏଭଳି ଘଟଣା ଘଟିଛି କପ୍ତିପଦା ଥାନା ଅଂଚଳରେ ।

ସୂଚନାଯୋଗ୍ୟ ଯେ, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳର ପ୍ରମୋଦ ଚନ୍ଦ୍ର ଦାସଙ୍କ ନାବାଳକ ପୁଅ ନିଜ ଘର ବାହାରେ ପରିସ୍ରା କରୁଥିଲେ । ଏହାକୁ ନେଇ ପ୍ରମୋଦଙ୍କ ଦୁଇ ଭାଇ କାର୍ତ୍ତିକ ଚନ୍ଦ୍ର ଦାସ, ରନ କୁମାର ଦାସ ଉଭୟ ପ୍ରମୋଦଙ୍କ ସହିତ ଝଗଡା କରିଥିଲେ । ଝଗଡା ଏତେ ଉଗ୍ରରୂପ ନେଲା ଯେ ଉଭୟ କାର୍ତ୍ତିକ ଏବଂ ରନ ମାରଣାସ୍ତ୍ରରେ ପ୍ରମୋଦ ଓ ତାଙ୍କ ସ୍ତ୍ରୀ, ପୁଅକୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଗୁରୁତର ହୋଇଥିଲେ ପ୍ରମୋଦଙ୍କ ସ୍ତ୍ରୀ । ପ୍ରଥମେ ତାଙ୍କୁ ପରିବାର ଲୋକେ କପ୍ତିପଦା ଡାକ୍ତରଖାନା ଏବଂ ପରେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରିଥିବା ବେଳେ ଏ ନେଇ ସ୍ଥାନୀୟ ଥାନାରେ ଅଭିଯୋଗ କରିଥିଲେ । ହେଲେ ଘଟଣାର ତିନି ଦିନ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାରୁ ଶେଷରେ ପ୍ରମୋଦ ଉପଖଣ୍ଡ ପୋଲିସ ଅଧିକାରୀଙ୍କ ନିକଟରେ ଏ ନେଇ ଅଭିଯୋଗ କରିଛି । ସାମାନ୍ୟ ଛୋଟ ପିଲାଟିଏ ପରିସ୍ରା କରିବାକୁ ନେଇ ହୋଇଥିବା ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।