ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପରିବା ବିକୁଥିଲେ କରୋନା ଆକ୍ରାନ୍ତ, ମାସ୍କ ବି ପିନ୍ଧିନଥିଲେ, ଘରକୁ ପଠାଇଲେ ତହସିଲଦାର…

କୁତ୍ରା, ୨୦/୦୫: ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତ୍ୟ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି । ସଂକ୍ରମିତମାନେ କଟକଣା ମାନୁ ନଥିବା କାରଣରୁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । କୁତ୍ରା ବ୍ଲକ ଅନ୍ତର୍ଗତ ଚୁନିପଡ଼ାର ରାସ୍ତା କଡ଼ରେ ଜଣେ ଅମାନିଆ କରୋନା ସଂକ୍ରମିତ ପରିବା ବିକୁଥିଲେ । ଏହି ଖବର କୁତ୍ରା ତହସିଲଦାର ରବୀନ୍ଦ୍ର ସେଠୀଙ୍କ ନିକଟରେ ପହଞ୍ଚିଲା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କରୋନା ଆକ୍ରାନ୍ତ ଜଣକ ବିନା ମାସ୍କରେ ବସି ପରିବା ବିକୁଥିବା ଦେଖିଥିଲେ । ତହସିଲଦାର ନିଜେ ଆକ୍ରାନ୍ତଙ୍କୁ ଏକ ମାସ୍କ ଦେଇ ପରିବା ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ କହିଥିଲେ । ପରେ ଦୋକାନି ଘରକୁ ଯାଇଥିଲେ । ଅନେକ ଲୋକ ଅଜାଣତରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏଭଳି ଭାବେ ସଂକ୍ରମିତ ହେଉଛନ୍ତି । ସମସ୍ତେ ସଚେତନ ରହିବା ସହ କୋଭିଡ ନିୟମ ପାଳନ କଲେ କରୋନା ଉପରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ତହସିଲଦାର ଶ୍ରୀ ସେଠୀ ମତପ୍ରକାଶ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ