ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବା ଦରରେ ଲାଗିଲା ଲଗାମ, ଟମାଟୋ ଦର ଖସୁନି

ଭୁବନେଶ୍ବର : ରାଜଧାନୀ ବଜାରରେ ପରିବା ଦର ଉପରେ ଲଗାମ ଲାଗିଛି। କିନ୍ତୁ ଖୁଚୁରା ବଜାରରେ ଟମାଟୋ ଦର ଖସିନି। ଏବେ ଟମାଟୋ କିଲୋ ୧୦୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ସପ୍ତାହ ବେଳକୁ ସ୍ଥାନୀୟ ପରିବା ରାଜଧାନୀ ବଜାରକୁ ଆସିଯିବ। ତେଣୁ ଦର ଆହୁରି କମିବ ବୋଲି କହିଛନ୍ତି ପରିବା ବ୍ୟବସାୟୀ ସଂଘ ସଭାପତି କବିରାଜ ସ୍ବାଇଁ।

ଏବେ ରାଜଧାନୀର ଖାଉଟି ସାମାନ୍ୟ ଆଶ୍ବସ୍ତ ହୋଇଛନ୍ତି। ଦର ବୃଦ୍ଧି ଯୋଗୁଁ ଯେଉଁ ପରିବା କିଣିବାକୁ ଲୋକେ ଅଧିକ ଖର୍ଚ୍ଚାନ୍ତ ହେଉଥିଲେ ସେ ସବୁର ଦର କିଛିମାତ୍ରାରେ କମିଛି। ଅର୍ଥାତ କିଲୋ ପ୍ରତି ୧୫୦ ଟଙ୍କାରେ ପହଞ୍ଚି ଯାଇଥିବା ଟମାଟୋ ବର୍ତ୍ତମାନ ପାଇକାରୀରେ ୮୦ ଏବଂ ଖୁଚୁରାରେ ୧୦୦ରୁ ୧୨୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟ ପରିବା ମଧ୍ୟରେ ବାଇଗଣ କିଲୋ ୧୦୦ରୁ ୬୦, ଝୁଡ଼ୁଙ୍ଗ ୧୨୦ରୁ ୫୦, କାଙ୍କଡ଼ ୬୦ରୁ ୪୦, ପୋଟଳ ୧୨୦ରୁ ୬୦, ସଜନା ୧୦୦ରୁ ୫୦, ସାରୁ ୬୦ରୁ ୪୦, ଫୁଲକୋବି ଗୋଟା ୬୦ରୁ ୫୦କୁ କମିଛି ଏବଂ ବନ୍ଧାକୋବି କିଲୋ ପ୍ରତି ୫୦ରେ ଅପରିବର୍ତ୍ତିତ ରହିଛି। ସେହିପରି ଗାଜର ଦର ପୂର୍ବପେକ୍ଷା କିନ୍ତୁ ବୃଦ୍ଧି ପାଇଛି। ପାଇକାରୀରେ କିଲୋ ୨୦ରୁ ୨୫ ଟଙ୍କା ଏବଂ ଖୁଚୁରାରେ ୩୦ରୁ ୪୦ ଟଙ୍କାରେ ବିକ୍ରି ହେଉଛି। ପୂର୍ବରୁ ଏହା ଆହୁରି କମ ଥିଲା। ଆଳୁ ଦର ବଢ଼ିଥିଲେ ମଧ୍ୟ ପିଆଜ କମିଛି। ପାଇକାରୀରେ ଆଳୁ ୧୪.୫୦ରୁ ୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି। ପିଆଜ କିଲୋ ପ୍ରତି ୨୦ରୁ ୧୮ ଟଙ୍କାକୁ କମିଛି। ଆଜି ସକାଳୁ ପରିବା କିଣିଥିବା ଅନେକ ଗ୍ରାହକ କିନ୍ତୁ ପୁରୁଣା ଦରରେ ପରିବା ନେଇଛନ୍ତି।

ପରିବା ବ୍ୟବସାୟୀ ସଂଘ ଅନୁସାରେ, ବର୍ତ୍ତମାନ ରାୟପୁରରୁ ଅଧିକ ପରିମାଣ ପରିବା ବଜାରକୁ ଆସୁଥିବାରୁ ଦାମ୍‌ ହ୍ରାସ ପାଇବାରେ ଲାଗିଛି। ଅଗଷ୍ଟ ପ୍ରଥମ ସପ୍ତାହ ବେଳକୁ ଭେଣ୍ଡି, କଲରା, ଜହ୍ନି, କାକୁଡ଼ି, କଲରା ଆଦି ପରିବା ପୁରୀ, ଆଠଗଡ଼ କଟକରୁ ଆସିବ। ଏହାପରେ ଗ୍ରାହକ ଆହୁରି ଆଶ୍ବସ୍ତ ହେବେ। କୃଷି ବିଭାଗ ଅନୁସାରେ, ରାଜ୍ୟରେ ୯୮ ଲକ୍ଷ ୫୧ ହଜାର ମେଟ୍ରିକ ଟନ୍‌ ପରିବା ଉତ୍ପାଦିତ ହୁଏ। ଓଡ଼ିଶା କନ୍ଦମୂଳ, ଛତୁ ଉତ୍ପାଦନରେ ପ୍ରଥମ, ବାଇଗଣ, ବନ୍ଧାକୋବି, ପଣସରେ ଦ୍ବିତୀୟ, ଟମାଟୋରେ ପଞ୍ଚମ, ଫୁଲକୋବିରେ ଷଷ୍ଠ ସ୍ଥାନରେ ରହିଥିବା ନେଇ କୃଷି ବିଭାଗ ପକ୍ଷରୁ କୁହାଯାଏ। କିନ୍ତୁ ଏହା ନିର୍ଦ୍ଦିଷ୍ଟ ସମୟରେ ଉତ୍ପାଦିତ ହୁଏ। ତେଣୁ ବର୍ଷ ତମାମ ପରିବା ପାଇଁ ଓଡ଼ିଶା କର୍ଣ୍ଣାଟକ, ରାୟପୁର, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଆଦି ଉପରେ ନିର୍ଭର କରିଥାଆନ୍ତି। କର୍ଣ୍ଣାଟକରେ ଟମାଟୋ ଉତ୍ପାଦନ ବାଧାପ୍ରାପ୍ତ ହେବାରୁ ତା’ର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ପୂର୍ବାପେକ୍ଷା କମ ପରିବା ଆସୁଥିବାରୁ ଦର ବଢ଼ିଯାଇଥିଲା। ଏବେ ସ୍ଥିତିରେ ସୁଧାର ଆସୁଛି। ଅଗଷ୍ଟ ସୁଦ୍ଧା ସ୍ଥାନୀୟ ପରିବା ବଜାରକୁ ଆସିବା ଫଳରେ ଗ୍ରାହକଙ୍କୁ କମ ଦରରେ ସତେଜ ପରିବା ମିଳିପାରିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।