ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିବାର ଅଦାଲତରେ ବର୍ଷା-ଅନୁଭବ ମାମଲା: ଇଂରାଜୀରେ ଉତ୍ତର ପ୍ରସଂଗରେ ଆବେଦନ ଖାରଜ

କଟକ: ପରିବାର ଅଦାଲତରେ ଆଜି ଅନୁଭବ-ବର୍ଷା ପାରିବାରିକ ବିବାଦର ଶୁଣାଣି ହୋଇଥିଲା। ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆଜି ବି ଅସଂପୂର୍ଣ୍ଣ ରହିଛି। ଅନ୍ୟପକ୍ଷରେ ଅନୁଭବଙ୍କ ତରଫରୁ ଦାୟର ଆବେଦନକୁ ପରିବାର ଅଦାଲତ ଆଜି ଅଗ୍ରାହ୍ୟ କରିଥିଲେ। ଇଂରାଜୀ ଭାଷାରେ ମାମଲାର ବିଚାର ପ୍ରକ୍ରିୟା ଚାଲିବା ଓ ଗତ ନଭେମ୍ବର ୩ରେ ନିର୍ଦ୍ଦିଷ୍ଟ ଆଇନଜୀବୀଙ୍କ ଉପସ୍ଥିତିରେ ଶୁଣାଣି ହେବାକୁ ଦିଆଯାଇଥିବା ନିର୍ଦ୍ଦେଶ ପ୍ରତ୍ୟାହାର ପ୍ରସଂଗ ନେଇ ଏହି ଆବେଦନ ଅନୁଭବ ଦାୟର କରିଥିଲେ। ଆବେଦନକୁ ବର୍ଷାଙ୍କ ତରଫରୁ ବିରୋଧ କରାଯାଇଥିଲା। ଜେରା ବେଳେ ଅନୁଭବଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ପ୍ରଶ୍ନର ଉତ୍ତର ବର୍ଷା ନିଜ ସୁବିଧା ଅନୁସାରେ ଓଡ଼ିଆ ଭାଷାରେ ଦେଇପାରିବେ ବୋଲି ଆଇନରେ ବ୍ୟବସ୍ଥା ରହିଛି। ଓଡ଼ିଆରେ ସେ ଦେଉଥିବା ଉତ୍ତର ଗ୍ରହଣୀୟ ହୋଇ ପାରିବ।

ଇଂରାଜୀରେ ଉତ୍ତର ଦେବାକୁ ତାଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ ବୋଲି ବର୍ଷାଙ୍କ ତରଫରୁ ଦର୍ଶାଯାଇଥିଲା। ଅଦାଲତ ଏପରି ଯୁକ୍ତିକୁ ଗ୍ରହଣ କରି ଅନୁଭବଙ୍କ ଆବେଦନକୁ ଅଗ୍ରାହ୍ୟ କରିଥିଲେ। ଅନ୍ୟପକ୍ଷରେ ଆଜି ବର୍ଷାଙ୍କୁ ଅନୁଭବଙ୍କ ପକ୍ଷରୁ ଆଇନଜୀବୀ ଜେରା କରି ବିଭିନ୍ନ ପ୍ରଶ୍ନ ପଚାରିଥିଲେ। କେତେକ ପ୍ରଶ୍ନ ବାରମ୍ବାର ପଚରା ଯାଉଛି ବୋଲି ବର୍ଷାଙ୍କ ତରଫରୁ ଦର୍ଶାଯାଇଥିଲା। ଆଜି ଜେରା ଅସଂପୂର୍ଣ୍ଣ ରହିଥିଲା। ବର୍ଷାଙ୍କୁ ଆଉ କେତେକ ପ୍ରସଂଗରେ ଜେରା କରାଯିବା ଆବଶ୍ୟକ ବୋଲି ଅନୁଭବଙ୍କ ତରଫରୁ ଦର୍ଶାଯାଇଥିଲା। ଫଳରେ ବର୍ଷାଙ୍କୁ ଜେରା ପାଇଁ ଆଉ ଏକ ତାରିଖ ଧାର୍ଯ୍ୟ କରାଯିବ। ଏ ନେଇ ବର୍ଷାଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସିଦ୍ଧାର୍ଥ ଦାସ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।