ରାଜ୍ୟ ସ୍ପେଶାଲ ରିପୋର୍ଟ

ପରିଚୟ ହରାଇଛନ୍ତି ସାଗରପଡ଼ାର ୩୦ ପରିବାର, ସମସ୍ତ ସରକାରୀ ସୁବିଧାରୁ ବଞ୍ଚିତ

ବଲାଙ୍ଗୀର : ବଲାଙ୍ଗୀର ପୁଇନ୍ତଲା ବ୍ଲକ୍‌ ମଲମଣ୍ଡା ପଞ୍ଚାୟତ ସାଗରପଡ଼ାରେ ରହୁଥିବା ୩୦ ପରିବାରର ପ୍ରାୟ ୧୫୦ ଲୋକ ତାଙ୍କ ପରିଚୟ ହରାଇଛନ୍ତି। ସେମା‌ନଙ୍କ ପାଖରେ ନା ଅଛି ଆଧାର କାର୍ଡ ନା ଅଛି ଭୋଟର୍‌ ପରିଚୟପତ୍ର। ଏଠାରେ ରହୁଥିଲେ ମଧ୍ୟ ମତଦାନରେ ସାମିଲ ହୋଇ ପାରୁନାହାନ୍ତି। ୩୦ ବର୍ଷ ହେଲା ଏଠାକାର ବାସିନ୍ଦା ହୋଇଥିଲେ ହେଁ ସେମାନଙ୍କୁ ସ୍ବୀକୃତି ମିଳିନାହିଁ। ଏହି ୩୦ ପରିବାର ସମସ୍ତ ପ୍ରକାର ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ବାସ ଉପଯୋଗୀ ଘରଟିଏ ନଥିଲେ ହେଁ ଆବାସ ଯୋଜନାରୁ ବଂଚିତ ହେଉଛନ୍ତି।

ସେହିପରି ଦାରିଦ୍ର୍ୟ ଭିତରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଏହି ପରିବାରଗୁଡ଼ିକ ସରକାରଙ୍କ ଖାଦ୍ୟ ଯୋଜନାରେ ସାମିଲ ହୋଇ ପାରିନାହାନ୍ତି। ଭୋଟର୍‌ ହୋଇନଥିବାରୁ ନା ନେତାଙ୍କ ନଜର ଏମାନଙ୍କ ଉପରେ ଅଛି ନା ଏମାନେ ସରକାରୀ ଯୋଜନାରେ ସାମିଲ ହୋଇ ପାରୁଛନ୍ତି। ବଲାଙ୍ଗୀର ସହରଠାରୁ ମାତ୍ର ୯-୧୦ କିମି ଦୂରରେ ପୁଇନ୍ତଲା ବ୍ଲକ୍‌ର ମଲମଣ୍ଡା ପଞ୍ଚାୟତର କୃପାସିନ୍ଧୁ ଡ୍ୟାମ ରାସ୍ତାରେ ଏହି ସାଗରପଡ଼ାକୁ କଲୋନିପଡ଼ା ମଧ୍ୟ କହାଯାଏ। ଏହି ପଡ଼ାର ବାସିନ୍ଦାମାନେ ସୁବର୍ଣ୍ଣପୁର ଜିଲ୍ଲା ବିନକା ତହସିଲ ସାହାଜବାହାଲ ଅଞ୍ଚଳରୁ ଆସିଥିବା କହନ୍ତି। ଏମାନେ ସମସ୍ତେ ଆଦିବାସୀ ମୁଣ୍ଡା ଲୋହାର ସଂପ୍ରଦାୟର ବୋଲି ଜଣାପଡ଼ିଛି।

ରେଳ ଲାଇନ କଡ଼ରେ ଏମାନେ ଝୁମ୍ପୁଡ଼ି ତଳେ ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି। ଏମାନଙ୍କ ପାଇଁ ପାଣି, ବିଜୁଳି ସବୁକିଛି ଅପହଞ୍ଚ। ଏ ସଂପର୍କରେ ସରପଞ୍ଚ ବିଷ୍ଣୁ ପ୍ରସାଦ ପଟେଲ କହିଛନ୍ତି, ସାଗରପଡ଼ାବାସୀଙ୍କ ସମସ୍ତ କାଗଜପତ୍ର ଭୋଟର୍‌ ତାଲିକା ସାହାଜବାହାଲରେ ଥିବା‌ରୁ ସେମାନେ ଏଠାକାର ଭୋଟର୍‌ ହୋଇପାରୁନାହାନ୍ତି। ସେହିପରି ଅଧାର, ଆବାସ ଅଥବା ରାସନ ଯୋଜନା ଅନ୍‌ଲାଇନ ହେଉଥିବାରୁ ଏଥିରେ ସରପଞ୍ଚଙ୍କ କିଛି ଭୂମିକା ନଥିବା ସେ କହିଛନ୍ତି। ପୁଇନ୍ତଲା ବିଡିଓ ଅମରେନ୍ଦ୍ର ସ୍ବାଇଁ କହିଛନ୍ତି ଯେ, ଏନେଇ ତାଙ୍କ ପାଖରେ କୌଣସି ସୂଚନା ନାହିଁ। ତେବେ ପଚାରି ବୁଝିବା ପରେ ଯାହା ପଦକ୍ଷେପ ନେବା କଥା ନିଆଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।