ଅପରାଧ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପରିଚୟ ଖୋଜୁଛି ପୁରୁଣା ସ୍କୁଲ୍, ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି ପିଲା

ଖଣ୍ଡପଡା ୨୮/୦୬: ଗ୍ରାମାଞ୍ଚଳ ଶିକ୍ଷାର ବିକାଶ ପାଇଁ ସରକାର ବ୍ୟାପକ ଅର୍ଥ ଖର୍ଚ କରୁଛନ୍ତି । ହେଲେ ଏମିତି କିଛି ସ୍କୁଲ ଅଛି ଯେଉଁଠି କି ବିକାଶର ଛାପ ବର୍ତ୍ତମାନ ପର୍ଯ୍ୟନ୍ତ ପହଞ୍ଚି ପାରିନାହି । ଏବେବି ଛୋଟ ଛୋଟ ପିଲାମାନେ ବିପଦ ସଙ୍କୁଳ ଅବସ୍ଥାରେ ପାଠ ପଢୁଛନ୍ତି । ନୟାଗଡ ଖଣ୍ଡପଡାବ୍ଲକ କୁମ୍ଭାରପଡାରେ ରହିଛି କୁମ୍ଭାରପଡା ପ୍ରାଥମିକ ବିଦ୍ୟାଳୟ ।

୧୯୨୦ ମସିହାରେ ନିର୍ମାଣ ହୋଇଥିବା ଏହି ସ୍କୁଲଟି ଅଞ୍ଚଳରେ ପ୍ରଥମ ସ୍କୁଲଭାବେ ବେସ ଜଣାଶୁଣା । ସ୍କୁଲରେ ପାଠପଢା ଉଚକୋଟିର ଥିବାହେତୁ ବହୁ କୃତି ଛାତ୍ରଛାତ୍ରୀ ଏଠାରୁ ଶିକ୍ଷା ଗ୍ରହଣ କରି ବଡ ବଡ ପଦବୀରେ ଚାକିରି କରିଥିବା ଶୁଣାଯାଏ । ହେଲେ ଏବେ ନିଜର ପରିଚୟ ଖୋଜୁଛି ଏହି ଶତାୟୁ ସ୍କୁଲଟି । ସ୍କୁଲଟିର ପାରିପାର୍ଶ୍ଵିକ ଅବସ୍ଥିତିକୁ ଦେଖିଲେ ଭୁତ କୋଠିର ଭ୍ରମ ସୃଷ୍ଟି ହୋଇଥାଏ ।

ଉପଯୁକ୍ତ ରକ୍ଷଣା ବେକ୍ଷଣା ଅଭାବରୁ ସ୍କୁଲ ଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବାବେଳେ ଭାଙ୍ଗିବାକୁ ବସିଲାଣି । ଉପର ଆଜବେଷ୍ଟ ଭାଙ୍ଗି ଓହଳିପଡିଛି ଯାହାକି କେତେବେଳେ ଯେ କୌଣସି ଅଘଟଣ ନ ଘଟିବ ତାହା କୁହାଯାଇ ନ ପାରେ । ଦୀର୍ଘଦିନ ଧରି ମରାମତି ହୋଇ ନ ଥିବାରୁ କାନ୍ଥ ସବୁ ଫାଟି ଆଁ କରି ରହିଲାଣି ।

ଶ୍ରେଣୀ ଗୃହଗୁଡିକ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବାବେଳେ ଶିକ୍ଷକ ମାନେ ବାରଣ୍ଡାରେ ପିଲାମାନଙ୍କୁ ପାଠ ପଢାଉଥିବାର ଦୃଶ୍ୟ ଆମେ ଦେଖିବାକୁ ପାଇଲୁ । ତେବେ ସ୍କୁଲରେ ଏବେ ବି ୨୦୦ରୁ ଅଧିକ ପିଲା ପାଠ ପଢୁଥିବାବେଳେ ସୁରକ୍ଷା ନେଇ ଶିକ୍ଷକମାନେ ଚିନ୍ତାରେ ରହୁଥିବା ଅଭିଯୋଗ କରିଛନ୍ତି । ସ୍କୁଲରେ ରୋଷେଇଘର ନ ଥିବାକାରଣରୁ ଏକ ପରିତିକ୍ତ ଘରେ ରୋଷେଇ କରାଯାଉଥିବା ଦେଖିବାକୁ ମିଳିଲା ।

ରୋଷେଇଘର ନିର୍ମାଣ ପାଇଁ ୨ ଲକ୍ଷ ଟଙ୍କା ଆସିଥିବାବେଳେ କାରୋନାର ସୁଯୋଗ ଉଠାଇ ଠିକାଦାର କାମ ନ କରି ସବୁ ଟଙ୍କା ଚଳୁ କରିଦେଇଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି