ଅପରାଧ ରାଜ୍ୟ

ପରିକ୍ରମା କାମକୁ କେହି ଅଟକାଇ ପାରିବେନି: ପିନାକୀ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ସାଂସଦ ପିନାକୀ ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟ ପରେ ଅସନ୍ତୋଷ ତୀବ୍ର ହୋଇଛି। ଏଭଳି ସ୍ଥିତିରେ ଆଜି ସାଂସଦ ଶ୍ରୀ ମିଶ୍ର ପୁରୀ ଗସ୍ତରେ ଆସିଥିବା ବେଳେ କହିଛନ୍ତି ଯେ ଶ୍ରୀମନ୍ଦିର ପରିକ୍ରମା କାମକୁ କେହି ଅଟକାଇ ପାରିବେ ନାହିଁ। ଏହାକୁ ନେଇ ମଧ୍ୟ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଇଛି। ସାଂସଦ ଶ୍ରୀ ମିଶ୍ରଙ୍କ ଗାଡ଼ି ଉପରକୁ କାଳିମାଡ଼ ସହ କଳା ପତାକା ପ୍ରଦର୍ଶନ କରାଯାଇଛି।

ସାଂସଦ ଶ୍ରୀ ମିଶ୍ର କହିଛନ୍ତି, ବିରୋଧୀଙ୍କ କାମ ହେଉଛି ବିରୋଧ କରିବା। ମହାପ୍ରଭୁଙ୍କ ନାଁରେ ସ୍ବାର୍ଥପର ରାଜନୀତି ହେଉଛି। ମାମଲା ଏବେ ସୁପ୍ରିମକୋର୍ଟ, ହାଇକୋର୍ଟରେ ପହଞ୍ଚିଲାଣି। ଏ ଦିଗରେ ମୁଁ କିଛି କହିବିନି। କାମ ଦିନରାତି ଚାଲିଛି। ଏହି କାମ ଉପରେ କିଛି କଟକଣା ଲଗାଯାଇନି। ମହାପ୍ରଭୁଙ୍କ ଇଛାରେ କାମ ହେଉଛି। ମହାପ୍ରଭୁ ସୌନ୍ଦର୍ଯୀକରଣ ଚାହୁଁଛନ୍ତି। କେହି ଏହି କାମକୁ ଅଟକାଇ ପାରିବେ ନାହିଁ।

ଶନିବାର ଦିନ ବିଜେଡିର ମିଶ୍ରଣ ପର୍ବ ସହ ଅନ୍ୟ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସାଂସଦ ପୁରୀ ଆସିଥିଲେ। ଶ୍ରୀ ମିଶ୍ରଙ୍କ ପୁରୀ ଗସ୍ତବେଳେ ବି‌ରୋଧ ଆଶଙ୍କା ଥିବାରୁ ପ୍ରଥମ ଥର ପାଇଁ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବଳୟରେ ତାଙ୍କୁ ବିଭିନ୍ନ କାର୍ଯ୍ୟକ୍ରମକୁ ନିଆଯାଇଥିଲା। ସାଂସଦଙ୍କ ଗାଡ଼ିର ଆଗରେ ଓ ପଛରେ ମାଳ ମାଳ ପୁଲିସ ଗାଡ଼ି ଜଗି ରହିଥିଲେ। ପ୍ରିଭେଣ୍ଟିଭ୍‌ ଆରେଷ୍ଟ ସ୍ବରୂପ ବିଜେପି ସହ ଅନ୍ୟ ଦଳର ନେତାଙ୍କୁ ବି ଉଠାଇ ନିଆଯାଇଥିଲା। ତଥାପି ସାଂସଦ ବିରୋଧର ଶିକାର ହୋଇଛନ୍ତି। ନାୟକ ପ୍ଲାଜାଠାରେ ଏକ କାର୍ଯ୍ୟକ୍ରମରୁ ଫେରିବା ବେଳେ ଆଜି ସଂଧ୍ୟାରେ ଛାତ୍ର କଂଗ୍ରେସର ନେତାମାନେ ଭିଆଇପି ରୋଡ୍‌ ରିଜର୍ଭ ପୁଲିସ ଲାଇନ୍‌ ଆଗରେ ସାଂସଦ ଶ୍ରୀ ମିଶ୍ରଙ୍କ ଗାଡ଼ିକୁ କାଳି ମାଡ଼ କରିବା ସହ କଳା ପତାକା ପ୍ରଦର୍ଶନ କରିଛନ୍ତି। ଏହି ଘଟଣାରେ ପୁଲିସ ପୁରୀ ଜିଲ୍ଲା ଛାତ୍ର କଂଗ୍ରେସର ଆଶୁତୋଷ ମିଶ୍ର, ଅଗସ୍ତିନ ଜୋ‌ସେଫ, ରୀସାନ ଦାଶ, ସାହିଲ ମହାନ୍ତିଙ୍କ ସମେତ ୮ଜଣ କଂଗ୍ରେସ ନେତାଙ୍କୁ ଗିରଫ କରିଛି। ସେପଟେ ବିଜେପି ଯୁବ ମୋର୍ଚ୍ଚାର ଜିଲ୍ଲା ସଭାପତି ଜୟନ୍ତ କୁମାର ଦାସ କହିଛନ୍ତି, ତାଙ୍କ ଦଳର ନେତା ତଥା ଜିଲ୍ଲା ଯୁବ‌ମୋର୍ଚ୍ଚା ସଂପାଦକ ବିଭୂତି ଭୂଷଣ ରଥ, ଜିଲ୍ଲା କୋଷାଧ୍ୟକ୍ଷ ସଂଗ୍ରାମ ପରିଡ଼ା ଓ ଜିଲ୍ଲ ସଂଯୋଜକ ମନୀଷ ମିଶ୍ରଙ୍କୁ ପୁଲିସ ହଠାତ୍‌ ଭିଆଇପି ରୋଡ୍‌ରୁ ଉଠାଇ ନେଇଥିଲା। ରାତି ସୁଦ୍ଧା ସେମାନଙ୍କୁ ଛଡ଼ା ଯାଇନାହିଁ। ଜଣେ ସାଂସଦଙ୍କ ଗସ୍ତ ପୂର୍ବରୁ ଏଭଳି କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।