ଖେଳ

ପରାଜୟ ପରେ ବାରି ହୋଇଗଲା ରାହୁଲଙ୍କ କଷ୍ଟ, କହିଲେ- ‘ବୁଝିପାରୁନି କ’ଣ କହିବି’

ନୂଆଦିଲ୍ଲୀ, ୨୭।୦୪: ଆଇପିଏଲର ୨୧ତମ ମୁକାବିଲାରେ ସୋମବାର ମୁହାଁମୁହିଁ ହୋଇଥିଲେ ପଞ୍ଜାବ କିଙ୍ଗସ୍ ଓ କୋଲକାତା ନାଇଟ୍ ରାଇଡର୍ସ । ଏହି ମୁକାବିଲାରେ କୋଲକାତା ଏକତରଫା ଭାବେ ୫ ଓ୍ୱିକେଟରେ ବିଜୟ ହାସଲ କରିଥିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପରାସ୍ତ ହେବା ପରେ ପଞ୍ଜାବ ଅଧିନାୟକ କେଏଲ ରାହୁଲଙ୍କ କଷ୍ଟ ବାରି ହୋଇ ପଡୁଥିଲା । ପରାଜୟକୁ ନେଇ ସେ କଣ କହିବେ ଜାଣି ପାରୁ ନାହାଁନ୍ତି ବୋଲି କହିଥିଲେ ।

ସୋମବାର ମ୍ୟାଚରେ ପଞ୍ଜାବ କିଙ୍ଗସ୍ ୨୦ ଓଭରରେ ୯ ଓ୍ୱିକେଟ୍ ହରାଇ ମାତ୍ର ୧୨୩ ରନ୍ କରିଥିଲା । ଜବାବରେ କେକେଆର ୧୬.୪ ଓଭରରେ ୫ ଓ୍ୱିକେଟ୍ ହରାଇ ୧୨୬ ରନ୍ କରିବା ସହ ଜିତି ନେଇଥିଲା ।ମ୍ୟାଚ୍ ପରେ କେଏଲ ରାହୁଲ କହିଥିଲେ ଯେ, ପରାଜୟ ସହଜ ନୁହେଁ । କଣ କହିବି ଜାଣି ପାରୁନାହିଁ । ପିଚ୍ ଦେଖି ନିଜକୁ ଅପଡେଟ୍ କରିବାକୁ ହେବ । କିଛି ସ୍ପଟ୍ ଡିସମିସାଲ୍ ସମସ୍ୟା ବଢାଇଥିଲା । ଏହି ପରାଜୟକୁ ଭୁଲି ଆଗକୁ ବଢିବାକୁ ଉଦ୍ୟମ କରିବା ପାଇଁ ହେବ ।

ସେ ଆହୁରି ମଧ୍ୟ କହିଥିଲେ ଯେ, ରବି ବିଶ୍ରାଇଙ୍କ କ୍ୟାଚ୍ ଆକର୍ଷଣୀୟ ଥିଲା । ଜଷ୍ଟି ରୋଡସଙ୍କ ଭଲି କୋଚ୍ ଥିଲେ ଫିଲ୍ଡିଂ ଭଲ ହୁଏ । ସେ ସମସ୍ତଙ୍କର କଠିନ ପରୀକ୍ଷା ନିଅନ୍ତି । ଖେଳାଳିମାନେ କ୍ୟାଚ୍‌କୁ କିପରି ରିଆକ୍ଟ କରିଥାନ୍ତି ତାହା ସେ ଶିଖାନ୍ତି । ତେବେ ଆଗକୁ ଭଲ ଖେଳିବା ନେଇ ବିଶ୍ୱାସ ରହିଥିବା ସେ କହିଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ