ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ କନ୍ନଡ ଅଭିନେତ୍ରୀ ପ୍ରତିମା ଦେବୀ, ୮୮ବର୍ଷ ବୟସରେ ଦୁନିଆରୁ ନେଲେ ବିଦାୟ

ନୂଆଦିଲ୍ଲୀ ୦୭/୦୪: ବି-ଟାଉନ୍ ଇଣ୍ଡଷ୍ଟ୍ରିରେ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଅନେକ ଦିଗଜ କଳାକାର ମଧ୍ୟ ଦୁନିଆରୁ ବିଦାୟ ନେଇ ସାରିଲେଣି । ନିକଟରେ ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳା ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବର୍ତ୍ତମାନ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କନ୍ନଡ ଅଭିନେତ୍ରୀ ପ୍ରତିମା ଦେବୀ ୮୮ ବୟସରେ ଦୁନିଆରୁ ବିଦାୟ ନେଇଛନ୍ତି ।


ପ୍ରତିମା ଦେବୀ ଫିଲ୍ମ ନିର୍ମାତା ରାଜେନ୍ଦ୍ର ସିଂହ ବାବୁ ଏବଂ ଅଭିନେତ୍ରୀ ବିଜୟଲକ୍ଷ୍ମୀଙ୍କ ମା ଥିଲେ । ସେ ମହିଶୂରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଅଭିନେତ୍ରୀ ମହିଶୂରରେ ତାଙ୍କର ଶେଷ ସମୟ ବିତାଇବାକୁ ଚାହୁଁଥିଲେ । ସେଥିଲାଗି ତାଙ୍କୁ ଯେତେବେଳେ ମହିଶୂରକୁ ଅଣାଯାଇଥିଲା ସେଠାରେ ସେ ପହଞ୍ଚିବା ମାତ୍ରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।


ଯେତେବେଳେ ତାଙ୍କ ପରିବାର ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ, ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ଏହା ପରେ ଅଭିନେତ୍ରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ମୃତ୍ୟୁ ଖବରରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଅଭିନେତ୍ରୀ ପ୍ରତିମା ଦେବୀ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କୃଷ୍ଣଲୀଲାରୁ କରିଥିଲେ । ଏହା ପରେ ଅଭିନେତ୍ରୀ ରାଜା ସତ୍ୟବ୍ରତ, ଚଞ୍ଚଲା ଉମରି, ଶ୍ରୀ ଶ୍ରୀନିବାସ କଲ୍ୟାଣ, ମୁଟ୍ଟିଦେଲା ଚିନ୍ନା, ମଙ୍ଗଲ ସୂତ୍ର ଆଦି ଫିଲ୍ମରେ ଅଭିନୟ କରିଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ