ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର, ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କଲେ

ନୂଆଦିଲ୍ଲୀ: ପରଲୋକରେ ମହାଭାରତ‌ର ଭୀମ ପ୍ରବୀଣ କୁମାର ସୋବତି। ଗତକାଲି ରାତିରେ ୭୪ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ପ୍ରବୀଣ କୁମାର। ବି.ଆର. ଚୋପ୍ରାଙ୍କ ମହାଭାରତରେ ପ୍ରବୀଣଙ୍କ ଅଭିନୟ ଦେଖିବାକୁ ମିଳିଥିଲା। ଭୀମ ଚରିତ୍ରରେ ପରଦା ଆସି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିଲେ। ମୃତ୍ୟୁ ପୂର୍ବରୁ ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିବା ଜଣାପଡ଼ିଛି। ପିଠି ସମସ୍ୟା ତାଙ୍କୁ ବହୁତ କଷ୍ଟ ଦେଇଥିଲା। ପ୍ରବୀଣ କୁମାର ସୋବତିଙ୍କର କିଛି ମାସ ପୂର୍ବରୁ ଏକ ଅପରେସନ୍ କରାଯାଇଥିଲା। କିନ୍ତୁ ସେ ଚାଲିବାକୁ ଅସମର୍ଥ ଥିଲେ।

ସୂଚନା ମୁତାବକ, ପ୍ରବୀଣ କୁମାର ସୋବତିଙ୍କ ଉଚ୍ଚତା ୬ଫୁଟ୍ ୬ଇଞ୍ଚ ହୋଇଥିବାରୁ ତାଙ୍କୁ ଅନେକ ଫିଲ୍ମରେ ଖଳନାୟକ ବା ଅଙ୍ଗରକ୍ଷୀ ଭଳି ଛୋଟମୋଟ ଚରିତ୍ରରେ ଦେଖିବାକୁ ମିଳୁଥିଲା। ହେଲେ ମାହାଭାରତରେ ଭୀମ ଚରିତ୍ରରେ ଆସି ସେ ଘରେ ଘରେ ‌ଲୋକପ୍ରିୟ ହୋଇଥିଲେ। ତେ‌ବେ ସେ ୩୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ଅଭିନୟ ଦୁନିଆରେ ପ୍ରବେଶ କରିବା ପୂର୍ବରୁ ସଫଳ ଆଥଲେଟ୍ ଥିଲେ।

ଏଥିସହ ସେ ଡିସ୍କସ ଥ୍ରୋରେ ଏସିଆନ ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ପଦକ, ଗୋଟିଏ ରୌପ୍ୟ ଏବଂ ଗୋଟିଏ ବ୍ରୋଞ୍ଜ ପଦକ ମଧ୍ୟ ଜିତିଥିଲେ। ଏହା ସହ ସେ ୧୯୬୮ରେ ମେକ୍ସିକୋ ଅଲିମ୍ପିକ୍ସ ଏବଂ ୧୯୭୨ରେ ମ୍ୟୁନିକ ଅଲିମ୍ପିକ୍ସରେ ଦୁଇଥର ଭାରତକୁ ପ୍ରତିନିଧିତ୍ୱ କରିଥିଲେ। ଅଭିନୟ କରିବା ପୂର୍ବରୁ ସେ ବିଏସ୍ଏଫରେ ଯବାନ ଭାବେ ମଧ୍ୟ କାମ କରିଥିଲେ। ଏହା ପରେ ତାଙ୍କ ଉଚ୍ଚତା ଦେଖି ତାଙ୍କୁ ବି.ଆର. ଚୋପ୍ରା ଭୀମ ଚରିତ୍ର ଅଫର କରିଥିଲେ। ତାଙ୍କର ବିୟୋଗରେ ଟିଭି ଦୁନିଆରେ ଶୋକର ଛାୟା ଖେଳିଯାଇଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ