ଦେଶ ବିଦେଶ ମନୋରଞ୍ଜନ ରାଜ୍ୟ

ପରଲୋକରେ ବରିଷ୍ଠ ହାସ୍ୟ ଅଭିନେତା ଜିମୂତ ପଟ୍ଟନାୟକ

କଟକ,୨୨/୧୧: ପରଲୋକରେ ବରିଷ୍ଠ ହାସ୍ୟାଭିନେତା ଜିମୂତ ପଟ୍ଟନାୟକ । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ହୋଇଥିଲା । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ ନିମୋନିଆରେ ଆକ୍ରାନ୍ତ ହୋଇ ପ୍ରାୟ ୧୦ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ଚିକିତ୍ସାଧିନ ଅବସ୍ଥାରେ ଶନିବାର ଅପରାହ୍ନରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ନିକଟରେ ପତ୍ନୀ ଏବଂ ୨ ଝିଅ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଅନେକ କଳାକାର ତାଙ୍କର ଶେଷ ଦର୍ଶନ କରିବା ସହିତ ଗଭୀର ଶୋକପ୍ରକାଶ କରିଛନ୍ତି ।

ଜିମୂତ ପଟ୍ଟନାୟକ ନିକଟରେ ସେ ‘ମହାଦେବୀ’ ଧାରାବାହିକରେ ଅଭିନୟ କରୁଥିଲେ । ‘କଥା କହୁଥିଲେ ସରିବନି’, ‘ମା’, ‘ସିନ୍ଦୂର’, ‘ଲକ୍ଷ୍ମୀ ପୁରାଣ’ ଭଳି ବହୁ ଧାରାବାହିକରେ ସେ ଚମତ୍କାର ଅଭିନୟ କରିଥିଲେ। ‘ଲକ୍ଷ୍ମୀପୁରାଣ’ରେ ନାରଦ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ଏବେ ବି ଲୋକଙ୍କ ହୃଦୟରେ ସାଇତା ହୋଇ ରହିଛି ।

ହାସ୍ୟ ଅଭିନେତା ଜିମୂତ ୧୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରି ସଫଳତା ହାସଲ କରିଥିଲେ । ସେ ବନ୍ଧୁ ବିଶିଷ୍ଟ ନିର୍ଦ୍ଦେଶକ ହରିଶ ମହାନ୍ତିଙ୍କର ପ୍ରତ୍ୟେକ ଧାରାବାହିକରେ ଅଭିନୟ କରିଥିଲେ । ଏକାଠି ଦୁହେଁ ଅନ୍ନପୂର୍ଣ୍ଣା ବି ଗ୍ରୁପରେ ଅଭିନୟ କରିବା ସହିତ ମଞ୍ଚ ନାଟକରେ ଅଭିନୟ କରି ଲୋକପ୍ରିୟ ହୋଇପାରିଥିଲେ । ନାଟକ ‘ସମାଧାନ’, ‘ଲଙ୍କାପୁରର କାହାଣୀ’ ଇତ୍ୟାଦି ଶତାଧିକ ନାଟକରେ ଅଭିନୟ କରିଥିଲେ । କେବଳ କମେଡି ନୁହେଁ ଅନେକ ନାଟକ ଏବଂ ଧାରାବାହିକରେ ଭଲ ଚରିତ୍ରରେ ଅଭିନୟ କରି ସମସ୍ତଙ୍କ ମନ ଜିଣି ନେଇଥିଲେ । ପୁଲିସ ବିଭାଗରେ ଚାକିରି କରି ଅବସର ନେବା ପରେ ବି ସେ ତାଙ୍କର ଅଭିନୟ ଜାରି ରଖିଥିଲେ । ତାଙ୍କ ପରଲୋକରେ ଓଲିଉଡ୍‌ ଜଗତରେ ଶୋକର ଛାୟା ଖେଳିଯାଇଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ