ଦେଶ ବିଦେଶ ମନୋରଞ୍ଜନ

ପରଲୋକରେ ଅଭିନେତା ରାଜୀବ କପୁର, ମୃତ୍ୟୁ ବେଳକୁ ହୋଇଥିଲା ୫୮ବର୍ଷ

ମୁ୍ମ୍ବାଇ ୦୯।୦୨: ବଲିଉଡ୍‌ ଜଗତ ପାଇଁ ଆଏ ଏକ ଦୁଃଖଦ ଖବର । ଅଭିନେତା ରାଜୀବ କପୁରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୮ବର୍ଷ ବୟସ ହୋଇଥିଲା । ଚେମ୍ବୁର ସ୍ଥିତ ବାସଭବନରେ ରାଜୀବଙ୍କ ପରଲୋକ ହୋଇଯାଇଛି । ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ମଙ୍ଗଳବାର ଦିନ ସକାଳ ସମୟରେ ରାଜୀବ କପୁର ହୃଦଘାତର ଶିକାର ହୋଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ନିକଟଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ରିଷି କପୁରଙ୍କ ପତ୍ନୀ ନୀତୁ କପୁର ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମ ଜରିଆରେ ରାଜୀବଙ୍କ ମୃତ୍ୟୁର ଖବର ଦେଇଛନ୍ତି ।

ରାଜୀବ କପୁର ବଲିଉଡରେ ଅଭିନେତା, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି । ଶମୀ କପୁର ଏବଂ ଶଶି କପୁର ରାଜୀବ କପୁରଙ୍କ ସଂପର୍କୀୟ ଥିଲା । ୧୯୮୩ରେ ଫିଲ୍ମ ‘ଏକ ଜାନ୍‌ ’ରୁ ଅଭିନୟ ଜଗତରେ ପାଦ ଥାପିଥିଲେ । ଏହା ପରେ ୧୯୮୫ରେ ଫିଲ୍ମ ରାମ୍‌ ତେରୀ ଗଙ୍ଗା ମେଲୀର ରାଜୀବ ଲିଡ୍‌ ରୋଲରେ ନଜର ଆସିଥିଲା । ଯାହାକୁ ବକ୍ସ ଅଫିସରେ ଭଲ ବ୍ୟବସାୟ ମଧ୍ୟ କରିଥିଲା । ଏହି ଫିଲ୍ମ ରାଜୀବଙ୍କ କ୍ୟାରିୟରେ ଏକ ପ୍ଲସ୍‌ ପଏଣ୍ଟ ଭାବେ ଛିଡା ହୋଇଥିଲା । ଏହାପରେ ଫିଲ୍ମ ଆସମାନ, ଲବର ବୟ, ଜବରଦସ୍ତ ଏବଂ ହମ ଚଲେ ପରଦେଶରେ ତାଙ୍କ ଭୂମିକା ଖୁବ୍‌ ଚର୍ଚ୍ଚାକୁ ଆସିଥିଲା ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ