ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ପରଫ୍ୟୁମ୍ ଲଗାଉଛନ୍ତି କି ? ସାବଧାନ ! ନଚେତ୍ ହୋଇପାରେ ଏହି ସମସ୍ୟା

ଭୁବନେଶ୍ୱର ୦୩/୦୪: ଗ୍ରୀଷ୍ମ ଋତୁରେ, ଝାଳ ବୋହିବା ଯୋଗୁଁ ଶରୀର ଦୁର୍ଗନ୍ଧ ହୋଇଥାଏ । ଏହାକୁ ଏଡାଇବା ପାଇଁ ଲୋକମାନେ ପରଫ୍ୟୁମ୍ କିମ୍ବା ଡିଓ ବ୍ୟବହାର କରିଥାନ୍ତି । ବଜାରରେ ମହିଳା ଏବଂ ପୁରୁଷମାନଙ୍କ ପାଇଁ ଭିନ୍ନ ଭିନ୍ନ ପରଫ୍ୟୁମ୍ ମିଳିଥାଏ । ଯାହା ଶରୀରର ଦୁର୍ଗନ୍ଧ କମ୍ କରିଥାଏ ସତ କିନ୍ତୁ ଏହା ଆମ ଶରୀରକୁ କ୍ଷତି ମଧ୍ୟ ପହଞ୍ଚାଇଥାଏ । ସୂଚନା ଅନୁଯାୟୀ, ପରଫ୍ୟୁମ୍ ରେ ଅନେକ ରାସାୟନିକ ପଦାର୍ଥ ରହିଥାଏ ଯାହା କ୍ୟାନ୍ସର ଭଳି ରୋଗ ମଧ୍ୟ ସୃଷ୍ଟି କରିଥାଏ ।

ବିଶେଷଜ୍ଞଙ୍କ ଅନୁଯାୟୀ, କମ୍ପାନୀଗୁଡିକ ପରଫ୍ୟୁମ୍ ରେ ବିଭିନ୍ନ ରାସାୟନିକ ପଦାର୍ଥ ବ୍ୟବହାର କରନ୍ତି, ଯାହା ଦୀର୍ଘ ଦିନ ଧରି ସୁଗନ୍ଧ ରହିଥାଏ, କିନ୍ତୁ ଏହାର ସଂସ୍ପର୍ଶରେ ଆସିବା ଦ୍ୱାରା ଅନେକ ରୋଗ ମଧ୍ୟ ହୋଇଥାଏ । ଏଥିରେ ସିନ୍ଥେଟିକ୍ ଅନ୍ତର୍ଭୁକ୍ତ କରାଯାଇଥାଏ ଯାହା ଚର୍ମ ପାଇଁ କ୍ଷତିକାରକ ହୋଇଥାଏ । ଫରଫ୍ୟୁମ୍ ରେ ଫେଥେଲେଟ୍ସ, ମସ୍କ କିଟୋନ୍ ଏବଂ ଫର୍ମାଲଡିହାଇଡ୍ ଭଳି ରାସାୟନିକ ପଦାର୍ଥ ବ୍ୟବହାର କରାଯାଇଥାଏ । ଅନେକ ଦେଶରେ ମଧ୍ୟ ଫେଥେଲେଟ୍ସ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହା ଦ୍ୱାରା ମସ୍ତିଷ୍କର ବିକାଶ ସମସ୍ୟା ଏବଂ ସ୍ନାୟୁ ପ୍ରଣାଳୀ ସହିତ ଜଡିତ ରୋଗ ହେବାର ଆଶଙ୍କା ରହିଥାଏ । ସେହିପରି, ମସ୍କ କିଟୋନ୍ ଟିସୁ ଏବଂ ସ୍ତନ୍ୟପାନରେ ମିଶିବା ଦ୍ୱାରା ନବଜାତ ଶିଶୁକୁ ଅନେକ ରୋଗ ହୋଇପାରେ ।

ବ୍ରେଷ୍ଟ କ୍ୟାନ୍ସର ପ୍ରିଭେସନ୍ ପାର୍ଟନରର୍ସ (ବିସିପିପି) ର ପଲିସି ଡାଇରେକ୍ଟର ଜେନେଟ୍ ନ୍ୟୁଡେଲମ୍ୟାନଙ୍କ ଅନୁଯାୟୀ, ଲୋକମାନଙ୍କୁ ଏହିପ୍ରକାର ପ୍ରଡକ୍ଟ ବିଷୟରେ ଅବଗତ କରାଯାଉଛି କିନ୍ତୁ ଏହା ଜଣାପଡିଛି ଯେ ମହିଳାମାନଙ୍କୁ ଏହି ପ୍ରକାର ପ୍ରଡକ୍ଟର ସାଇଡ୍ ଇଫେକ୍ଟ ଅଧିକ ହୋଇଥାଏ । କାରଣ ମହିଳାମାନେ ବିଭିନ୍ନ ପ୍ରକାରର କସମେଟିକ୍ ସାମଗ୍ରୀ ବ୍ୟବହାର କରିଥାନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ