ମନୋରଞ୍ଜନ

ପରପାରିରେ ଜଣାଶୁଣା ଅଭିନେତ୍ରୀ ଶ୍ରୀପଦା : କରୋନାରେ ଉଡିଗଲା ପ୍ରାଣବାୟୁ

ମୁମ୍ୱାଇ ୬/୫: ବଲିଉଡରେ ଲାଗିଛି କରୋନା ଗ୍ରହଣ । ଗୋଟିଏ ପରେ ଗୋଟିଏ ଜୀବନ ନେବାରେ ଲାଗିଛି କିଲର ଭାଇରସ । ଜଣାଶୁଣା ଅଭିନେତ୍ରୀ ଶ୍ରୀପ୍ରଦାଙ୍କର କରୋନାରେ ଦେହାନ୍ତ ହୋଇଛି । ସେ ଗତ କିଛି ଦିନ ହେବ କରୋନା ଜୀବାଣୁ ସଂକ୍ରମିତ ହୋଇଥିଲେ ।

୮୦ ଏବଂ ୯୦ ଦଶକରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ରାଜ୍ କରୁଥିବା ଶ୍ରୀପଦା ‘ଆଗ କେ ଶୋଲେ’, ‘ଖୁନ୍ କି ପ୍ୟାସି’, ‘ବେୱଫା ସନମ୍’, ‘ଟାଇମ୍ କି ସ୍ପିଡ୍’ ଭଳି ଅନେକ ବଲିଉଡ ଚଳଚ୍ଚିତ୍ରରେ କାମ କରିଛନ୍ତି । ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନ୍ (ସିନଟା) ର ସାଧାରଣ ସମ୍ପାଦକ ଅମିତ ବହଲ ଶ୍ରୀପ୍ରଦାଙ୍କ ମୃତ୍ୟୁକୁ ନେଇ ନିଶ୍ଚିତ କରିଛନ୍ତି ।

ସେ କହିଛନ୍ତି, କୋଭିଡର ଦ୍ୱିତୀୟ ଲହର ଶ୍ରୀପଦାଙ୍କ ଉପରେ ଭାରି ପଡିଥିଲା । ସେ ଆହୁରି କହିଛନ୍ତି ତାଙ୍କ କ୍ୟାରିଅରରେ ଶ୍ରୀପ୍ରଦା ପ୍ରାୟ ୭୦ ଟି ଚଳଚ୍ଚିତ୍ରରେ କାମ କରିଥିଲେ । ହିନ୍ଦୀ ବ୍ୟତୀତ ସେ ଶ୍ରୀପଦାରୁ ଭୋଜପୁରୀ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଶ୍ରୀପ୍ରଦା ୧୮୮୯ ସୁପରଷ୍ଟାର ଧର୍ମେନ୍ଦ୍ର ଏବଂ ସ୍ୱର୍ଗତ ବିନୋଦ ଖାନ୍ନାଙ୍କ ଚଳଚ୍ଚିତ୍ର ବଟଓ୍ୱାରାରେ ମଧ୍ୟ କାମ କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ