ଅପରାଧ ରାଜ୍ୟ

ପରକୀୟା ପ୍ରୀତିରୁ ହତ୍ୟାକାଣ୍ଡ ! ବାପାଙ୍କୁ ପିଟି ପିଟି ମାରିଦେଲେ ପୁଅ-ଝିଅ-ସ୍ତ୍ରୀ

ଚାନ୍ଦବାଲି ୨୪।୧୧ : ବାପାକୁ ପିଟି ପିଟି ମାରିଦେଲେ ପୁଅ-ଝିଅ ଏବଂ ସ୍ତ୍ରୀ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୁରୀହାଟ ଥାନା ଦୌଲତପୁର ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି । ମୃତ ବ୍ୟକ୍ତିଙ୍କ ନାମ ବାବୁଆ ଦାସ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ବାବୁଆ ଦାସ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ ଝଗଡା ହୋଇଥାଏ l ଅନେକ ସମୟରେ ବାବୁଆଙ୍କ ସ୍ତ୍ରୀ ବାବୁଆଙ୍କ ପାଖରେ ନରହି ବାପ ଘରକୁ ଚାଲିଯାଆନ୍ତି । ହେଲେ ବୁଧବାର ବାବୁଆ ଘର ବାହାରେ ଏକ ଭୋଜି ଖାଇ ଶୋଇଥିବା ବେଳେ ହଠାତତାଙ୍କ ସ୍ତ୍ରୀ, ତିନି ପୁଅ ଓ ଝିଅ ମିଶି ଏକ ଶାବଳରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ହୋଇଥିଲେ । ତୁରନ୍ତ ବାବୁଆଙ୍କୁ ସମ୍ପର୍କୀୟମାନ ଉଦ୍ଧାର କରି ତିହିଡି଼ ମେଡିକାଲ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଏହି ଘଟଣାକୁ ନେଇ ମୃତକଙ୍କ ମାଆ ପୀରହାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ସ୍ଥାନୀୟ ପୋଲିସ ଗୋଟିଏ ପୁଅକୁ ଅଟକ ରଖି ତଦନ୍ତ ଜାରି ରଖିଛି । ପରକୀୟା ପ୍ରୀତି ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି । କିନ୍ତୁ ପୋଲିସର ତଦନ୍ତ ପରେ ପୁରା ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।