ମନୋରଞ୍ଜନ

‘ପବିତ୍ର ରିସ୍ତା-୨’ର ପ୍ରଥମ ଟିଜର ରିଲିଜ୍ : ଦେଖିବାକୁ ମିଳିଲା ଅଙ୍କିତା ଓ ଶାହିରଙ୍କ କେମେଷ୍ଟ୍ରି

ମୁମ୍ବାଇ ୨୯/୦୮ : ଚଳିତ ବର୍ଷର ବହୁ ଲୋକପ୍ରିୟ ଟେଲି ଧାରାବାହିକ ‘ଶୋ’ ‘ପବିତ୍ର ରିସ୍ତା’ର ଦ୍ୱିତୀୟ ସିଜନ୍ ଖୁବ ଶୀଘ୍ର ଟେଲିଭିଜକୁ ଫେରୁଛି। ପ୍ରଥମ ସିଜିନରେ ଦର୍ଶକଙ୍କ ମଧ୍ୟରେ ଏହା ଏକ ବଡ଼ ହିଟ୍ ହୋଇଥିଲା ଏବଂ ମୁଖ୍ୟ ଯୋଡି ମାନବ୍ ଓ ଅର୍ଚ୍ଚନା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଯାହାକି ପ୍ରତ୍ୟେକଙ୍କ ଘରେ ଘରେ ପରିଚିତ ହୋଇଯାଇଛନ୍ତି । ପ୍ରଥମ ସିଜନରେ ମୁଖ୍ୟ ଭୂମିକାରେ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଏବଂ ଅଙ୍କିତା ଲୋଖଣ୍ଡେ ପ୍ରମୁଖ ଅଭିନୟ କରିଥିଲେ। ଏହି ଶୋ’ର ନିର୍ମାତା ଏକତା କପୁର ଗତ ବର୍ଷ ସୁଶାନ୍ତଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପରେ ‘ପବିତ୍ର ରିସ୍ତାର’ ଦ୍ୱିତୀୟ ସିଜିନ ଘୋଷଣା କରିଥିଲେ। ଶୋ’ର ଆଗାମୀ ସିଜନରେ ଅଙ୍କିତା ଲୋଖଣ୍ଡେ ତାଙ୍କ ଭୂମିକାରେ ଅଭିନୟ କରିବେ ଏବଂ ଶାହିର ଶେଖ ମାନବଙ୍କ ଭୂମିକାରେ ଅଭିନୟ କରିବେ।

‘ପବିତ୍ର ରିସ୍ତା-୨’ର ଟିଜର ଆପରେ ଷ୍ଟ୍ରିମିଂ ହୋଇଛି । ଟିଜର ଆରମ୍ଭରେ ଅଙ୍କିତା ବର୍ଷାରେ ବୁଡ଼ି ଯାଇଥିବା ଦେଖାଯାଇଥିବାବେଳେ ଶାହିରଙ୍କ ପାଖରେ ଏକ ଛତା ଅଛି, ଯାହାକୁ ସେ ଅଙ୍କିତାଙ୍କ ପାଖରେ ଜଣା ପିଲା ମାଧ୍ୟମରେ ପହଞ୍ଚାଉଛନ୍ତି। ଏହା ପରେ ଫୋନରେ ପରସ୍ପରର ଫଟୋ ଦେଖିବା ଏବଂ ବିବାହ କରିବାକୁ ରାଜି ହେବା ପରେ ଶାହିର ଏବଂ ଅଙ୍କିତା ଦୁହେଁ ଏକାଠି ଭେଟ ହେଉଥିବାର ଦେଖିବାକୁ ମିଳିଛି। ଏହି ଲୁକ୍ ରେ ଅଙ୍କିତା ଖୁବ୍ ଆକର୍ଷଣୀୟ ଲାଗୁଥିବା ବେଳେ । ଏହି ଭିଡିଓରେ ଦୁଇ ଜଣଙ୍କ ଜବଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଅଙ୍କିତା ଲୋଖଣ୍ଡେ ଶୋ’ର ଏକ ଟିଜର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେୟାର କରିବା ସମୟରେ ଲେଖିଥିଲେ, “ଲଭ୍ ଟୋ ହୋଗା ହିଁ, ଜବ୍ ମନଭ ଏବଂ ଅର୍ଚ୍ଚନା ଏକାଠି ଅଛନ୍ତି! । ରିଲିଜ୍ ହୋଇଥିବା ଟିଜରରେ ମାନବ ଓ ଅର୍ଚ୍ଚନା ଓ ମାନବଙ୍କର ସଚ୍ଚା ପ୍ରେମ ଓ ତାଙ୍କ ବଣ୍ଡିଙ୍ଗର ବନ୍ଧନର ଝଲକ ଦେଖା ଯାଇଛି । ଶାହିର ଶେଖ ମଧ୍ୟ ସେୟାର କରି ଲେଖିଛନ୍ତି, ‘ଦୁଇଜଣ ସାଧାରଣ ଲୋକଙ୍କ କାହାଣୀ, ଯେଉଁମାନେ ପରସ୍ପରକୁ ସ୍ୱତନ୍ତ୍ର ଅନୁଭବ କରାନ୍ତି …’ It is never too late ଅର୍ଥାତ କେବେ ବି ବିଳମ୍ବ ହୁଏ ନୁହେଁ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ