କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ, ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ପୁରୀ ୧୪।୦୪: ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ମହାବୀର ଜୟନ୍ତୀ। ଏଥିସହ ଓଡ଼ିଆ ନବବର୍ଷ। ଏଥିପାଇଁ ଶ୍ରୀମନ୍ଦିରରେ ପାଳନ ହେଵ ସ୍ୱତନ୍ତ୍ର ନୀତିକାନ୍ତି। ଶ୍ରୀମନ୍ଦିରରେ ସକାଳଧୂପ ନୀତି ସରିବା ପରେ ଦକ୍ଷିଣ ଘରେ ଥିବା ଶ୍ରୀ ହନୁମାନଙ୍କୁ ରତ୍ନସିଂହାସନକୁ ଅଣାଯାଇ ପୂଜପଣ୍ଡା ସେବାୟତଙ୍କ ଦ୍ୱାରା ଆଜ୍ଞାମାଳ ପ୍ରଦାନ କରାଯିବ । ଏହାପରେ ବିମାନରେ ଶ୍ରୀ ହନୁମାନ ଶ୍ରୀମନ୍ଦିରର ପୂର୍ଵ ଦ୍ୱାରରେ ଥିବା ହନୁମାନଙ୍କ ନିକଟକୁ ନିଆଯାଇ ପୂଜାର୍ଚ୍ଚନା କରାଯିବା ପରେ ଜଗନ୍ନାଥ ବଲ୍ଲଭ ମଠ ଓ ଦରିଆ ମହାବୀରଙ୍କ ନିକଟକୁ ନିଆଯିବ ।

ସେପଟେ ଶ୍ରୀକ୍ଷେତ୍ରର ଜାଗା ଆଖଡାରେ ପରମ୍ପରାକୁ ରକ୍ଷା ପାଇଁ ମହାବୀରଙ୍କ ପୂଜାର୍ଚ୍ଚନା, ପଣା ଓ ଛତୁଆ ଭୋଗ କରାଯାଏ। ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ପାଇଁ ଚଳଚଞ୍ଚଳ ଓ ଉତ୍ସବମୁଖରିତ ଥାଏ ଶ୍ରୀକ୍ଷେତ୍ର। ପବିତ୍ର ହନୁମାନ ଜୟନ୍ତୀରେ ଶ୍ରୀକ୍ଷେତ୍ରରେ ଥିବା ୫୦ରୁ ଅଧିକ ଜାଗା ଆଖଡାରେ ଆଜି ଦିନକୁ ବେଶ୍ ଆଡମ୍ବର ସହ ପାଳନ କରାଯାଇଥାଏ। ମଲ୍ଲଯୋଦ୍ଧା ଓ ଯୁବକ ମାନେ ନୂତନ ବସ୍ତ୍ର ପରିଧାନ କରି ମାଟିକୁସ୍ତି ସହ ମଲ୍ଲବିଦ୍ୟା,ବ୍ୟାୟାମ କରିଥାନ୍ତି। କିନ୍ତୁ କରୋନା ପାଇଁ ସମସ୍ତ ଜାଗା ଆଖଡା ବନ୍ଦ ହୋଇଯାଇଥିବାରୁ କେବଳ ବିଧି ରକ୍ଷା ପୂର୍ବକ ଜାଗା ଆଖଡାର ଇଷ୍ଟ ଦେବତା ହନୁମାନଙ୍କ ପୂଜାର୍ଚ୍ଚନା କରାଯାଇଛି। ଆଜିଠାରୁ ମଧ୍ୟ ନୂତନ ପଞ୍ଜିକା ପ୍ରଚଳନ ଆରମ୍ଭ ହୋଇଥାଏ l

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ