କଳା ଓ ସଂସ୍କୃତି ଧର୍ମ

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଧନ ପ୍ରାପ୍ତି ପାଇଁ କରନ୍ତୁ ଏହି ସରଳ ଉପାୟ

ଭୁବନେଶ୍ୱର ୩୦/୧୧ : କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ କାର୍ତ୍ତିକ ପୂର୍ଣ୍ଣିମା ପଡେ। ଏଥର ନଭେମ୍ବର ୩୦ ତାରିଖ ଦିନ କାର୍ତ୍ତିକ ପୂର୍ଣ୍ଣିମା ପଡିଛି। କାର୍ତ୍ତିକ ପୂର୍ଣ୍ଣିମା ଦିନ ମା’ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ। ଏହି ପବିତ୍ର ଦିନରେ ଗଙ୍ଗା ସ୍ନାନ, ଦୀପ ଦାନ, ତୁଳସୀ ପୂଜା, ଡଙ୍ଗା ଭସାଇବା ଆଦି ଶୁଭ ହୋଇଥାଏ। ଏଥର ପୂର୍ଣ୍ଣିମାରେ ଉପଛାୟା ଚନ୍ଦ୍ର ଗ୍ରହଣ ମଧ୍ୟ ଅଛି। ଏହା ମହାଯୋଗରେ ସର୍ବାର୍ଥ ସିଦ୍ଧି ଯୋଗ ରହିଛି। ଏହିଭଳି ଦିନରେ କିଛି ବାସ୍ତୁ ଓ ଜ୍ୟୋତିଷ ଉପାୟ କଲେ ଜୀବନରେ ସୁଖ ସମୃଦ୍ଧି ମିଳିଥାଏ। ଏହାସହ ଆର୍ଥିକ ସଙ୍କଟ ମଧ୍ୟ ଦୂର ହୋଇଥାଏ। ଜାଣନ୍ତୁ ଏହି ସରଳ ଉପାୟ :


ତୁଳସୀ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ। କାର୍ତ୍ତିକ ପୂର୍ଣ୍ଣିମା ଦିନ ସକାଳେ ଓ ସନ୍ଧ୍ୟାରେ ତୁଳସୀ ଚଉଁରା ମୂଳରେ ଦୀପ ଲଗାଇ ତୁଳସୀ ଚାଳିଶା ପାଠ କରିବା ଉଚିତ। ଏହାଦ୍ୱାରା ସୁଖ ସମୃଦ୍ଧି ମିଳିବା ସହ ସମାଜରେ ମାନସମ୍ମାନ ବୃଦ୍ଧି ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମା ଭଳି ଶୁଭ ଦିନରେ ଲକ୍ଷ୍ମୀ ସ୍ତୋତ୍ର ପାଠ କରନ୍ତୁ କିମ୍ବା ଶୁଣନ୍ତୁ। ସନ୍ଧ୍ୟା ସମୟରେ ଦୀପ ଦାନ କରନ୍ତୁ। ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହେବ ଏବଂ ଅନ୍ନ ଧନର ଅଭାବ ରହିବନି।

ଏହି ଦୁଭା ଦିନକୁ ଦେବ ଦୀପାବଳି ମଧ୍ୟ କୁହାଯାଏ। ଧାର୍ମିକ ବିଶ୍ୱାସ ରହିଛି ଯେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଦେବଦେବୀ ପୃଥିବୀପୃଷ୍ଠକୁ ଆସି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦିଅନ୍ତି। ଏହିଦିନ ତୁଳସୀ, ଜଳ, ଘରର ମୁଖ୍ୟଦ୍ଵାର ଓ ପୂଜା ସ୍ଥଳରେ ଦୀପ ନିଶ୍ଚୟ ଜଳାନ୍ତୁ। ଏହାଦ୍ୱାରା ପିତୃପୁରୁଷଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ଏବଂ ଗ୍ରହ-ନକ୍ଷତ୍ର ମଧ୍ୟ ଶୁଭ ଫଳ ଦେଇଥାନ୍ତି।

କାର୍ତ୍ତିକ ପୂର୍ଣ୍ଣିମାର ଶୁଭ ଦିନରେ ସୂର୍ଯ୍ୟଦୟ ପୂର୍ବରୁ ସ୍ନାନ କରିବା ଉଚିତ। ସ୍ନାନ ପରେ ସଫା ବସ୍ତ୍ର ପିନ୍ଧି ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀଙ୍କ ଆଗରେ ଘିଅ ଦୀପ ଲଗାଇ ବିଷ୍ଣୁ ସହସ୍ରନାମ ପାଠ କରନ୍ତୁ। ଏହାଦ୍ୱାରା ପାପରୁ ମୁକ୍ତି ମିଳିଥାଏ।

ଏହି ଶୁଭ ଦିନରେ ମା’ଲକ୍ଷ୍ମୀଙ୍କ ପାଖରେ କ୍ଷୀରି ଭୋଗ କରି ୫ କନ୍ୟାଙ୍କୁ ଭୋଜନ କରାନ୍ତୁ। ଏହାସହ ନିଜ ଇଚ୍ଛା ଅନୁସାରେ ଦକ୍ଷିଣା ଦେଇ ଆଶୀର୍ବାଦ ନିଅନ୍ତୁ। ମା’ଲକ୍ଷ୍ମୀଙ୍କ କୃପା ରହିବ ଏବଂ ସୁଖ ଶାନ୍ତି ପ୍ରାପ୍ତ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ