ମନୋରଞ୍ଜନ

ପନ୍ଦର ବର୍ଷର ସମ୍ପର୍କ ଦି ଏଣ୍ଡ୍, ତିଷ୍ଠି ପାରିଲାନି ଦ୍ୱିତୀୟ ବିବାହ, ଶେଷରେ ଅଲଗା ହେଲେ ଅମୀର-କିରଣ

ମୁମ୍ବାଇ ୦୩/୦୭: ବିବାହର ୧୫ ବର୍ଷ ପରେ ଅମୀର ଖାନ ଏବଂ କିରଣ ରାଓ ଅଲଗା ହୋଇଯାଇଛନ୍ତି। ସେ ଏକ ସରକାରୀ ବିବୃତ୍ତି ଦେଇ ଏହି ସୂଚନା ଦେଇଛନ୍ତି। ପାରସ୍ପରିକ ସମ୍ମତି ସହିତ, ସେମାନେ ଅଲାଗ ହାବାର ନିଷ୍ପତ୍ତି ନେଇଛନ୍ତି ।

ନିଜର ବିବୃତ୍ତିରେ ଅମିର ଏବଂ କିରଣ କହିଛନ୍ତି, ‘ଆମର ୧୫ ବର୍ଷର ସୁନ୍ଦର ଯାତ୍ରାରେ ସାଥିହୋଇ ଜୀବନସାରା ଅନୁଭୂତି, ଆନନ୍ଦ ଏବଂ ସୁଖ ଅନୁଭବ କରିଛୁ। ଆମର ସମ୍ପର୍କ କେବଳ ବିଶ୍ୱାସ, ସମ୍ମାନ ଏବଂ ପ୍ରେମ ସହିତ ବୃଦ୍ଧି ପାଇଛି । ବର୍ତ୍ତମାନ ଆମେ ଆମ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଚାହୁଁଛୁ । ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଭାବରେ ନୁହେଁ ବରଂ ପରସ୍ପରର କୋ-ପ୍ୟାରେଣ୍ଟ୍ସ ଏବଂ ପରିବାର ସହିତ ।‘

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆମେ ଫିଲ୍ମ, ପାନି ଫାଉଣ୍ଡେସନ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟରେ ଏକାଠି କାମ କରିବା ଜାରି ରଖିବୁ । ଆମ ସମ୍ପର୍କକୁ ନିରନ୍ତର ସମର୍ଥନ କରିବା ଏବଂ ବୁଝିବା ପାଇଁ ପରିବାର, ବନ୍ଧୁମାନଙ୍କୁ ଅନେକ ଅନେକ ଧନ୍ୟବାଦ । ଯାହାଙ୍କ ବିନା ଆମେ ଏଠାରେ ପହଞ୍ଚି ପାରି ନଥାନ୍ତୁ । ଆମେ ଆମର ଶୁଭେଚ୍ଛୁମାନଙ୍କଠାରୁ ଶୁଭେଚ୍ଛା ଆଉ ଆଶୀର୍ବାଦ ଲୋଡୁଛୁ ଏବଂ ଆଶା କରୁଛୁ ଯେ ଆପଣ ମଧ୍ୟ ଆମ ପରି ଏହି ଛାଡପତ୍ରକୁ ଶେଷ ନୁହେଁ ବରଂ ଏକ ନୂତନ ଯାତ୍ରା ଆରମ୍ଭ ଭାବରେ ଦେଖିବେ ।

ସେ କହିଛନ୍ତି, ଆମେ କିଛି ସମୟ ପୂର୍ବରୁ ଅଲଗା ହେବା ବିଷୟରେ ଯୋଜନା କରିଥିଲୁ । ଅଲଗା ହେବା ସତ୍ତ୍ୱେ ନିଜ ଜୀବନକୁ ଏକ ପରିବାର ଭାବରେ ସେୟାର କରୁଛୁ । ଆମେ ଆମ ପୁଅ ଆଜାଦ ପାଇଁ ଉତ୍ସର୍ଗୀକୃତ ବାପା-ମା, ଯାହାକୁ ଆମେ ଏକତ୍ର ପୋଷଣ କରିବୁ।

ଫିଲ୍ମ ‘ଲଗନ’ର ସୁଟିଂ ସମୟରେ ଅମୀର ଖାନ ଏବଂ କିରଣ ରାଓ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ଏହି ଫିଲ୍ମରେ ଅମୀର ମୁଖ୍ୟ ଭୂମିକାରେ ଥିଲେ ଏବଂ କିରଣ ସହକାରୀ ନିର୍ଦ୍ଦେଶକ ଥିଲେ। ସେମାନେ ଡିସେମ୍ବର ୨୮, ୨୦୦୫ ରେ ବିବାହ କରିଥିଲେ । ସେମାନଙ୍କର ଏକ ପୁଅ ଆଜାଦ ରାଓ ଖାନ ଅଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ