ଖେଳ ଦେଶ ବିଦେଶ

ପନ୍ତଙ୍କ ଚିହ୍ନ ଲିଭାଇ ସ୍ମିଥ୍ ନିନ୍ଦିତ

ସିଡ୍‌ନି ଟେଷ୍ଟ୍‌ର ପଞ୍ଚମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ଋଷବ ପନ୍ତଙ୍କ ପ୍ରତିଆକ୍ରମଣ ଓ ବିସ୍ଫୋରକ ବ୍ୟାଟିଂ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଏତେ ହତୋତ୍ସାହିତ କରି ଦେଇଥିଲା ‌ଯେ ସେମାନେ ତାଙ୍କୁ ଆଉଟ୍ କରିବାକୁ ନାନା ଫନ୍ଦଫିକର କରିଥିଲେ। କେପ୍‌ଟାଉନ୍‌ ଟେଷ୍ଟ୍‌ରେ ବଲ୍‌କୁ ବିକୃତ କରି ବାସନ୍ଦ ହୋଇଥିବା କଙ୍ଗାରୁ ଦଳର ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍‌ଙ୍କ କାରନାମା କିନ୍ତୁ କ୍ୟାମେରା ଫ୍ରେମ୍‌ରେ ଧରାପଡ଼ି ଯାଇଥିଲା। ମୃଦୁ ପାନୀୟ ବିରତି ବେଳେ ୨୩ ବର୍ଷୀୟ ପନ୍ତ ନେଉଥିବା ଷ୍ଟମ୍ପ ଗାର୍ଡ ଚିହ୍ନକୁ ଜୋତାରେ ଘଷି ଲିଭାଇବା ଭଳି ଛୋଟିଆ କାମ ସ୍ମିଥ୍ କରିଥିଲେ। କିଛି ସେକେଣ୍ଡ ପରେ ପନ୍ତ ବ୍ୟାଟିଂ କରିବାକୁ ଆସି ନିଜ ଗାର୍ଡ ଚିହ୍ନ ଖୋଜିବାକୁ ଲାଗିଥି‌ଲେ। ହେଲେ ପାଇ ନଥିଲେ। ବାଧ୍ୟ ହୋଇ ଅମ୍ପା‌ୟାରଙ୍କୁ ପୁନର୍ବାର ଗାର୍ଡ ମାଗିଥିଲେ। ଏସବୁ କଥା ଷ୍ଟମ୍ପ କ୍ୟାମେରା ଧରି ପକାଇଥିଲା। ଭିଡିଓରେ ସ୍ମିଥ୍‌ଙ୍କ ମୁହଁ ଦେଖା ଯାଉ ନଥିଲେ ମଧ୍ୟ ତାଙ୍କ ଜର୍ସି ନମ୍ବର ‘୪୯’ ସ୍ପଷ୍ଟ ଭାବେ ଦେଖା ଯାଉଥିଲା। ଏହି ଭିଡିଓ ପଦାକୁ ଆସିବା ପରେ କ୍ରିକେଟ୍‌ପ୍ରେମୀ ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଭଳି ଅଣଖେଳୁଆଡ଼ ମନୋଭାବ କେବଳ ତାଙ୍କଠାରୁ ହିଁ ଆଶା କରାଯାଇପାରେ ବୋଲି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ