କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ, ନେଇନାହାଁନ୍ତି ଡାକ୍ତରଙ୍କ ପରାମର୍ଶ

ଜୟପୁର,୦୧/୦୨: ଜୟପୁର ବ୍ଲକ ଡଙ୍ଗରଛିଞ୍ଚି ପଞ୍ଚାୟତ ପାତ୍ରପୁଟରେ ରହୁଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ ଅସୁସ୍ଥ ହୋଇ ପଡିଛନ୍ତି । ଶରୀର ସହ ଅଣ୍ଟା ବ୍ୟଥା ଓ ଦୁର୍ବଳ ଅନୁଭବ କରୁଛନ୍ତି କମଳା । ଅଧିକ ଚଲାବୁଲା କରିପାରୁନାହାନ୍ତି । ତେବେ ଚିକିତ୍ସା ନହୋଇ ସେ ଘରେ ପଡିରହିଥିବା ଜଣାପଡିଛି ।

ନିଜ ସ୍ୱାସ୍ଥ୍ୟ ସମ୍ପର୍କରେ କମଳା କହିଛନ୍ତି, କିଛି ଦିନ ହେଲା ତାଙ୍କୁ ଭଲ କିଛି ଲାଗୁନି। କିଛି ଖାଇବାକୁ ଇଚ୍ଛା ହେଉନି । ଦେହ, ହାତଗୋଡ଼ ବ୍ୟଥା ହେଉଛି । ଅଧିକ ଥଣ୍ଡା ହେଉଥିବାରୁ ଅଣ୍ଟାବ୍ୟଥା ହେଉଛି । ପୂର୍ବରୁ ପଡ଼ିଯାଇଥିବାରୁ ଅଣ୍ଟାରେ ମାଡ଼ ହୋଇଥିଲା । ଏଥିପାଇଁ ଅଣ୍ଟା ବ୍ୟଥା ମଧ୍ୟ ହେଉଥିବା ନେଇ ସେ ପ୍ରକାଶ କରିଛନ୍ତ । ଡାକ୍ତରଙ୍କୁ ଦେଖାଇଲେ କି ନାହିଁ ପଚାରିବାରୁ ମନା କରିଥିଲେ । ବୟସ ବଢ଼ିଗଲାଣି, ତେଣୁ ଦେହ ଭଲ ରହୁନଥିବା ସେ କହିଥିଲେ । ଯଦି ପ୍ରଶାସନ ପକ୍ଷରୁ ଯିବାଆସିବା ପାଇଁ ବ୍ୟବସ୍ଥା କରାଯିବ ଡାକ୍ତରଙ୍କ ପାଖକୁ ଯିବେ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ୨୦୧୯ରେ କମଳାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା । ଏହାସହ ପାରମ୍ପରିକ ଧାନ ସଂରକ୍ଷଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାର ମଧ୍ୟ ସେ ପାଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,