ରାଜନୀତି ରାଜ୍ୟ

ପଦ୍ମପୁର ନିର୍ବାଚନରେ ମାତିବା ପ୍ରସଙ୍ଗ: ଶିକ୍ଷକଙ୍କୁ କାରଣଦର୍ଶାଅ ନୋଟିସ

ନୟାଗଡ଼ : ପଦ୍ମପୁର ଉପନିର୍ବାଚନରେ ସାମିଲ୍‌ ହେବା ନୟାଗଡ଼ ନବଘନପୁର ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଭବାନୀ ଶଙ୍କର ନାୟକଙ୍କୁ ମହଙ୍ଗା ପଡ଼ିଛି। ଜିଲ୍ଲା ଶିକ୍ଷା କାର୍ଯ୍ୟ‌ାଳୟ ପକ୍ଷରୁ ଆଜି ତାଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ୨ ଦିନ ମଧ୍ୟରେ ଲିଖିତ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ୧ ତାରିଖ ଦିନ ଶିକ୍ଷକ ଶ୍ରୀ ନାୟକ ପଦ୍ମପୁରର ପାଇକମାଳା ଯାଇଥିଲେ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ସମେତ ନୟାଗଡ଼ ଅନେକ ନେତା ବସି ଦଳୀୟ ରଣନୀତି ପ୍ରସ୍ତୁତ କରୁଥିବା ବେଳେ, ସେଠାରେ ଶିକ୍ଷକ ଶ୍ରୀ ନାୟକ ଉପସ୍ଥିତ ଥିବା ଦେଖାଯାଇଥିଲା। ଉକ୍ତଦିନ ଶ୍ରୀ ନାୟକ ଅସୁସ୍ଥ ଥିବା ଦର୍ଶାଇ ସ୍କୁଲରୁ ଛୁଟି ନେଇଥିଲେ ବୋଲି ନବଘନରପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ନାୟକ କହିଥିଲେ। ଏହାପରେ ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ତୀବ୍ର ପ୍ରତିବାଦ କରାଯାଇଥିଲା। ବିଜେପି ଗତ ୪ ତାରିଖରେ ଏନେଇ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ପ୍ରମାଣସ୍ବରୂପ ଜିଲ୍ଲାପାଳଙ୍କୁ ପ୍ରଦାନ କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା। ଏଥିସହିତ, ଦଳର ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲାପାଳ ରବୀନ୍ଦ୍ର କୁମାର ସାହୁଙ୍କୁ ଭେଟି କର୍ମକର୍ତ୍ତା ଦାବିପତ୍ର ପ୍ରଦାନ କରିଥିଲେ। ଶେଷରେ, ସେ କାରଣଦର୍ଶାଅ ନୋଟିସ୍‌ର ସମ୍ମୁଖୀନ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର