ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ୍ମପୁର ଜିଲ୍ଲା ଦାବିରେ ଦୀପଦାନ, ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ଗଲେ ପ୍ରତିନିଧି ଦଳ

ନୂଆପଡା, ୧୬/୧୧: ତେଜୁଛି ଆନ୍ଦୋଳନ, ସାମିଲ ହେଉଛନ୍ତି ବିଭିନ୍ନ ଅନୁଷ୍ଠାନ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ଦାବିରେ ଆନ୍ଦୋଳନ ତେଜିବାରେ ଲାଗିଛି । ଯାହାକୁ ପଦ୍ମପୁରର ସମସ୍ତ ସଂଗଠନ ସମର୍ଥନ ଜଣାଇଛନ୍ତି । ଏନେଇ ପଦ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ମଧ୍ୟ ଜାରି ରହିଛି ।

ସହରର ଏକ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ସହ ଜିଲ୍ଲା ମାନ୍ୟତା ଦାବିରେ ନବୀନ ନିବାସକୁ ଯାଇଥିବା ବେଳେ ଏପଟେ ପଦ୍ମପୁର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ନେହେରୁ ଗଳି ପାଖ କାଳୀ ମନ୍ଦିରରେ ସାମୂହିକ ଦୀପ ଦାନ କରିବା ସହ ମାଁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି । ବିଗତ ୧୯୯୩ ମସିହା ଠାରୁ ପଦ୍ମପୁରକୁ ଜିଲ୍ଲା ମାନ୍ୟତା ପାଇଁ ଦାବି ହୋଇ ଆସୁଥିବା ବେଳେ ପୂରଣ ହେବାନେଇ ଆଶା ରଖିଛନ୍ତି ଆନ୍ଦୋଳନକାରୀ ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।