ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ୍ମପୁର ଉପଖଣ୍ଡରେ ଚାଷୀ ଦୁର୍ଦ୍ଦଶା: ଧାନ କ୍ବିଣ୍ଟାଲ୍‌ ୧୪ଶହରେ ବିକ୍ରି

ବରଗଡ଼: ବିଲରେ ହସୁଛି ସୁନାର ଫସଲ। ହେଲେ ଚାଷୀ ଆଖିରେ ଲୁହ। ଏଭଳି ଦୟନୀୟ ସ୍ଥିତି ସୃଷ୍ଟି ହୋଇଛି ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ। ଉପଖଣ୍ଡର ଝାରବନ୍ଧ, ପାଇକମାଳ ଏବଂ ଗାଇସିଲାଟ୍‌ ବ୍ଲକ୍‌ରେ ୩୦% ଧାନ ଅମଳକ୍ଷମ ହୋଇସାରିଲାଣ। କେତେକ ଗାଁରେ ଚାଷୀ ଧାନ ଝଡ଼ିବା ପୂର୍ବରୁ କାଟି ସାରିଲେଣି। କିନ୍ତୁ ମଣ୍ଡି ଖୋଲିବ ଡିସେମ୍ବରରେ। ବାଧ୍ୟ ହୋଇ ଚାଷୀମାନେ ଏବେଠୁ ସ୍ବଳ୍ପ ଦରରେ ବେପାରୀମାନଙ୍କୁ ଧାନ ବିକୁଛନ୍ତି। ଧାନ ନଷ୍ଟ ହେବା ପୂର୍ବରୁ କ୍ବିଣ୍ଟାଲ୍‌ ପିଛା ୧୪ଶହ ଟଙ୍କା ଦରରେ ଚାଷୀମାନେ ବେପାରୀମାନଙ୍କୁ ଧାନ ବିକ୍ରି କରୁଛନ୍ତି।

ପଦ୍ମପୁର ଉପଖଣ୍ଡ ଅଣଜଳସେଚିତ ଇଲାକା। ତେଣୁ ସେଠାରେ ବାରମ୍ବାର ମରୁଡ଼ି ସ୍ଥିତି ଲାଗି ରହିଥାଏ। ସ୍ବଳ୍ପ ଜଳ ଏବଂ ସ୍ବଳ୍ପ ସମୟରେ ଅମଳ ହୋଉଥିବା ପାଖାପାଖି ୨ ଶହ କିସମର ଧାନ ଚାଷୀ ଚାଷ କରିଥାନ୍ତି। ଏଥର ଅକ୍ଟୋବର ମାସ ଶେଷ ସୁଦ୍ଧା ୮୦ ପ୍ରତିଶତ ଧାନ ଅମଳକ୍ଷମ ହୋଇଯିବ। କିନ୍ତୁ ଧାନ ରହିବ କେଉଁଠି? ପୂର୍ବ ରେକର୍ଡ ଅନୁସାରେ ପଦ୍ମପୁର ଆର୍‌ଏମ୍‌ସି ଅଧୀନରେ ଥିବା ମଣ୍ଡି ଡିସେମ୍ବର ୫ରୁ ୭ ତାରିଖ ମଧ୍ୟରେ ଖୋଲିଥାଏ। ଗତବର୍ଷ ପଦ୍ମପୁର ଉପନିର୍ବାଚନ ସମୟରେ ଚାଷୀମାନେ ମଣ୍ଡି ଶୀଘ୍ର ଖୋଲିବାକୁ ଦାବି କରିଥିଲେ। ଏପରିକି କୌଣସି ଦଳର ପ୍ରାର୍ଥୀଙ୍କୁ ନାମାଙ୍କନ କରାଇ ଦେବୁନି ବୋଲି ଧାରଣା ଜାରି ରଖିଥିଲେ। ଚାଷୀଙ୍କ ଚାପ ପରେ ନଭେମ୍ବର ୧୫ ତାରିଖରୁ ମଣ୍ଡି ଖୋଲା ଯାଇଥିଲା।

କିନ୍ତୁ ଏଥର ସେହି ଡିସେମ୍ବର ପ୍ରଥମ ସପ୍ତାହରୁ ହିଁ ମଣ୍ଡି ଖୋଲିବ। ଏହି ଅବଧି ଭିତରେ ଚାଷୀଙ୍କ ପ୍ରାୟ ଧାନ ମିଲର୍ସ, ବେପାରୀ ଏବଂ ଦଲାଲଙ୍କ ହାବୁଡ଼ରେ ପଡ଼ିସାରିଥିବେ। ପୁଣି ଟୋକନ୍‌ ଆସିବା ପରେ ‘ରିଟ୍ରେଡିଂ’ ପ୍ରକ୍ରିୟାରେ ଆଗତୁରା କିଣା ସରିଥିବା ଧାନକୁ କାଗଜପତ୍ରରେ ଠିକ୍‌ଠାକ୍‌ କରାଯିବ। ପଡ଼ୋଶୀ ଛତିଶଗଡ଼ ରାଜ୍ୟରେ ଗୋଟିଏ ଚାଷୀ କାର୍ଡ ମାଧ୍ୟମରେ ତିନି ଥର ଧାନ ବିକ୍ରି କରିଥାଏ। କିନ୍ତୁ ଓଡ଼ିଶାରେ ଥରକରେ ଗୋଟିଏ ବସ୍ତା ଧାନ ବିକିଲେ ବି ଟୋକନ୍‌ ଲାପ୍ସ ହୁଏ। ଛତିଶଗଡ଼ ଭଳି ଏଠାରେ ବି ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଚାଷୀମାନେ ଦୃଢ଼ ଦାବି ରଖୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।