ବ୍ୟୁରୋ: ପଦ୍ମପୁର ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା । କେବଳ ବିଜୟୀ ହୋଇନାହାଁନ୍ତି ସବୁ ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ । ବିଜେପିର ଭୋଟ ପରିମାଣ କମ୍ ହୋଇନଥିଲେ ବି ବିଜେଡିର ଭୋଟ ପରିମାଣ ଯଥେଷ୍ଟ ବଢ଼ିଯାଇଛି । କଂଗ୍ରେସର ଭୋଟ ବିଜେଡିକୁ ଚାଲିଯିବାରୁ ଭୋଟ ବ୍ୟବଧାନ ବଢ଼ିଯାଇଥିବା କୁହାଯାଉଛି ।
ଆଉ ପଦ୍ମପୁରରେ ବିଜେଡିର ଏହି ବିଜୟ ଦଳୀୟ ଶିିବିରରେ ଉତ୍ସାବର ମାହୋଲ ସୃଷ୍ଟି କରିଛି । ପଦ୍ମପୁରରେ ବିଜେଡିର ବିଜୟ ପରେ ସମସ୍ତଙ୍କୁ ଶୁଭେଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବଂ ବିଜୟ ପାଇଁ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ।