କଟକ : ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ପାଇଥିବା ୧୦ ବରିଷ୍ଠ ପୁଲିସ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ରାଜ୍ୟ ପୁଲିସ ମୁଖ୍ୟାଳୟରୁ ଜାରି କରାଯାଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ କରୁଣାକର ଜେନାଙ୍କୁ କଟକ ସର୍କଲ ଆଇଜି ଅଫିସ, ସତ୍ୟବାନ ମହାନନ୍ଦଙ୍କୁ ବରଗଡ ଆଇୟୁସିଏଡବ୍ଲୁକୁ ବଦଳି ସହ ଭିଜିଲାନ୍ସକୁ ଡେପୁଟେସନ, ଜଳନ୍ଧର ଜାଲିଙ୍କୁ କେନ୍ଦ୍ରାପଡା, କମଳାକାନ୍ତ ପଣ୍ଡାଙ୍କୁ ଗୁଇନ୍ଦା ବିଭାଗ, ସନାତନ କଲୋଙ୍କୁ ନୟାଗଡ଼, ରବିକାନ୍ତ ସୁନାଙ୍କୁ ରାଉରକେଲାର ବଣାଇ, ହରେକୃଷ୍ଣ ମାଝିଙ୍କୁ ଭିଜିଲାନ୍ସ, ଦିଲ୍ଲୀପ କୁମାର ନାୟକଙ୍କୁ କେନ୍ଦୁଝର, ସତ୍ୟନାରାୟଣ ସିଂହଙ୍କୁ ଗୁଇନ୍ଦା, ରବିନାରାୟଣ ମହାନ୍ତିଙ୍କୁ ପୁରୀରେ ଅବସ୍ଥାପିତ କରାଯିବା ସହିତ ଡେପୁଟେସନରେ ଗୁଇନ୍ଦା ବିଭାଗକୁ ପଠାଯାଇଛି।