ମନୋରଞ୍ଜନ ରାଜ୍ୟ

ପଦାରେ ପଡ଼ିଲା ବାବୁଶାନ୍ ପ୍ରକୃତିଙ୍କ ପ୍ରେମ ! ପ୍ରକୃତିଙ୍କୁ ରାସ୍ତାରେ ପିଟିଲେ ବାବୁଶାନଙ୍କ ପତ୍ନୀ

ଭୁବନେଶ୍ୱର 23/07 : ଗୋଟେ ଷ୍ଟାର କଳି ତୁଟୁନି। କୋର୍ଟ କଚେରୀରେ ତାରିଖ ଗଡ଼ୁଛି। ଏପଟେ ଓଲିଉଡ଼ର ଆଉ ଜଣେ ଟପ୍ ଷ୍ଟାର କଳି ପଡ଼ିଲା ପଦାରେ। ଓଲିଉଡ୍ ଚକୋଲେଟ୍ ବୟ ବାବୁଶାନ ମହାନ୍ତିଙ୍କୁ ନେଇ ଚର୍ଚ୍ଚା। ପତ୍ନୀ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ। ବାବୁଶାନଙ୍କ ସହ ଓଲିଉଡ୍ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଂପର୍କକୁ ନେଇ କରିଛନ୍ତି ଖୁଲାସା । ତା ପୁଣି ଏମିତି ସେମିତି ନୁହେଁ ପୂରା ଫିଲ୍ମ ଷ୍ଟାଇଲରେ। ବିଚ୍ ରାସ୍ତାରେ ମାଡ଼ ମାରି।

ପ୍ରକୃତିଙ୍କ ସହ ବାବୁଶାନ ଗାଡ଼ିରେ ଯିବା ବେଳେ ମାଡ଼ ମାରିଲେ ପତ୍ନୀ। ପ୍ରକୃତି ତାଙ୍କ ପରିବାରକୁ ନଷ୍ଟ କରୁଥିବା କହି ପ୍ରକୃତିଙ୍କ ଚୁଟି ଟଣା ଓଟରା କରି ମାରିଥିଲେ। ବାବୁଶାନଙ୍କ ସହ ସଂପର୍କ ଖରାପ ପାଇଁ ପ୍ରକୃତି ଦାୟୀ ବୋଲି କହିଥିଲେ। ରାସ୍ତା ମଝିରେ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଗୋଡ଼େଇ ଗୋଡ଼େଇ ପିଟିଥିଲେ ପତ୍ନୀ। ବାବୁଶାନ୍ ପ୍ରତିବାଦ କରିଥିବାରୁ, କାର୍ ରୁ ଟାଣି ଆଣି ବାବୁସାନଙ୍କୁ ମାଡ଼ ମାରିଥିଲେ ପତ୍ନୀ। ବିଚ୍ ରାସ୍ତାରେ ଏହି ହାଇଡ୍ରାମାର ଭିଡିଓ ଏବେ ଭାଇରାଲ୍। ଘଟଣାଟି ଆଜି ଭୋରର ହୋଇଥିବାବେଳେ ଏବେ ଘୁରି ବୁଲୁଛି ମୋବାଇଲକୁ ମୋବାଇଲ୍।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ