ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ପତ୍ରକୋବି ନା ପାଳଙ୍ଗ: ଦୁଇଟିରେ ଭରପୁର ମାତ୍ରାରେ ରହିଛି ଫାଇବର, କେଉଁଟି ସ୍ୱାସ୍ଥ୍ୟକର ?

ଭୁବନେଶ୍ୱର ୦୩/୦୩ : ପତ୍ରକୋବି ଓ ପାଳଙ୍ଗ ଶାଗ ଉଭୟ ପରିବାରେ ଫାଇବର, ଭିଟାମିନ ଓ ପ୍ରୋଟିନ ରହିଛି। ଦୁଇଟି ପରିବାର ଗୁଣ ସମାନ କିନ୍ତୁ ସ୍ୱାସ୍ଥ୍ୟ ପାଇଁ ଉଭୟର ଫାଇଦା ଭିନ୍ନ ଭିନ୍ନ। ତେବେ କେଉଁଟି ସ୍ୱାସ୍ଥ୍ୟ ପକ୍ଷେ ଅଧିକ ହିତକର ଆସନ୍ତୁ ଜାଣିବା…

ପାତ୍ରାକବି – ପତ୍ରକୋବି ପରିବାର ବ୍ରେସିକା ଜିନସ ସହ ସମ୍ବନ୍ଧିତ। ଏହା ଧଳା, ଲାଲ, ସବୁଜ, ବାଇଗଣୀ ଭଳି ଅନେକ ରଙ୍ଗରେ ଉପଲବ୍ଧ। ଏଥିରେ ଭିଟାମିନ ଓ ଖଣିଜ ଭରପୁର ମାତ୍ରାରେ ରହିଛି। ପତ୍ରକୋବିରେ ଅନେକ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥାଏ।

ଭିଟାମିନ-ସି ଯୁକ୍ତ କୋବି କୋଲିଜନ ପ୍ରସ୍ତୁତ କରିବାରେ ସାହାଯ୍ୟ କରେ। ଏହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବା ସହ ହାଡ ମଜବୁତ କରିଥାଏ। ଭିଟାମିନ-ସି ଶରୀରକୁ ଫ୍ରି ରେଡିକାଲ୍ସରୁ ହେଉଥିବା କ୍ଷତିରୁ ରକ୍ଷା କରିବାରେ ସାହାଯ୍ୟ କରେ। ଏଥିରେ କ୍ୟାଲସିୟମ, ପୋଟାସିୟମ, ଫାଇବର ଓ ମିନେରାଲ୍ସ ଭରପୁର ମାତ୍ରାରେ ରହିଛି। ପତ୍ରକୋବିରେ ପଲିଫେନଲ ଓ ସଲଫର କମ୍ପାଉଣ୍ଡ ଭଳି ଶକ୍ତିଶାଳୀ ଆଣ୍ଟିଅକ୍ସିଡେଣ୍ଟ ବି ରହିଛି। ହାଡରେ କ୍ୟାଲସିୟମ ସୃଷ୍ଟି କରିବାକୁ ପତ୍ରକୋବି ସେବନ କରିବା ଆବଶ୍ୟକ। ଅଣ୍ଡର ଆକ୍ଟିଭ ଥାଇରଏଡ୍ ଗ୍ରନ୍ଥି ଅର୍ଥାତ୍ ହାଇପୋଥାଇରଏଡିଜିମ୍ (Hypothyroidism) ପୀଡିତ ଲୋକଙ୍କୁ ପତ୍ରକୋବି ଖାଇବାକୁ ବାରଣ କରାଯାଇଥାଏ।

ପାଳଙ୍ଗ ଶାଗ – ପାଳଙ୍ଗ ଶାଗରେ କ୍ଲୋରୋଫିଲ୍, କାରୋଟିନଏଡ୍ ଭଳି ଲୁଟେନ୍, ବିଟା କାରୋଟିନ୍ ଏବଂ ଜ୍ୟାକ୍ସେନିଥନ ରହିଛି। କାରୋଟିନଏଡ୍ ଦୃଷ୍ଟି ଶକ୍ତି ବଢ଼ିବାରେ ସାହାଯ୍ୟ କରିଥାଏ। ପାଳଙ୍ଗରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ମଧ୍ୟ ରହିଛି। ଏଥିରେ ମ୍ୟାଗନେସିୟମ, ମାଙ୍ଗାନିଜ, କ୍ୟାଲସିୟମ, ଆଇରନ, ଭିଟାମିନ-ଏ, ସି, ଇ ଏବଂ ବି୨ ଭରପୁର ମାତ୍ରାରେ ରହିଛି। ଏହା ହାଡକୁ ସୁସ୍ଥ ରଖିଥାଏ।


ଆଣ୍ଟିଅକ୍ସିଡେଣ୍ଟରେ ଭରପୁର ପାଳଙ୍ଗ ଶରୀରକୁ ରେଡିକାଲ୍ସରୁ ସୁରକ୍ଷା ପ୍ରଦାନ କରିଥାଏ ଏବଂ ପ୍ରି ମେଚ୍ୟୁର ଏଜିଙ୍ଗ ହେବାରୁ ରୋକିଥାଏ। ପାଳଙ୍ଗରେ ଆବଶ୍ୟକୀୟ ପୋଷାକ ତତ୍ତ୍ୱ ଭରପୁର ମାତ୍ରାରେ ରହିଛି ଯାହା ତ୍ୱଚାକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ପାଳଙ୍ଗରେ ଅଧିକ ମାତ୍ରାରେ ଅକ୍ସିଲାଇଟ ରହିଛି। ସେଥିପାଇଁ ଯେଉଁମାନଙ୍କ ଲିଭରରେ ଷ୍ଟୋନ ସମସ୍ୟା ରହିଛି ସେମାନେ ପାଳଙ୍ଗ ଶାଗ ସେବନ କରିବା ଉଚିତ ନୁହେଁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ