ଅପରାଧ ରାଜ୍ୟ

ପତ୍ନୀ ହତ୍ୟା ଅଭିଯୋଗ, ସୋରରୁ ଅଭିଯୁକ୍ତ ସ୍ବାମୀ ଗିରଫ

ସୋର: କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁର ନୂଆଗାଁର ଡ୍ରାଇଭର ପ୍ରଶାନ୍ତ ପ୍ରଧାନଙ୍କ ପତ୍ନୀ ସୁଭଦ୍ରା ୨୦୨୧ ମସିହାରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାଙ୍କ ଶ୍ବଶୁର ରାଉତଭୂଇଁ ଗ୍ରାମର ସୁଶାନ୍ତ ସାମଲ ଝିଅକୁ ମାରିଦେଇଥିବା ନେଇ ଅଭିଯୋଗ କରିଥିଲେ। ଫଳରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତା ସୁଭଦ୍ରାଙ୍କ ସ୍ବାମୀ ପ୍ରଶାନ୍ତଙ୍କୁ ଖୋଜାଖୋଜି କରିଥିଲା।

ହେଲେ ପାଇ ନଥିଲା। ତେବେ ଗତକାଲି ପ୍ରଶାନ୍ତ ଯାଜପୁରରୁ ଗୋପାଳପୁରକୁ ସିମେଣ୍ଟ ନେଇ ଆସିଥିବା ଖବର ପାଇ ନରସିଂହପୁର ପୁଲିସ ସୋରରେ ପହ‌ଞ୍ଚିଥିଲା ଏବଂ ତାଙ୍କୁ ଗିରଫ କରି ନେଇଛି। ସୂଚନାଯୋଗ୍ୟ; ପ୍ରଶାନ୍ତ ୨୦୧୧ ମସିହାରେ ସୁଭଦ୍ରାଙ୍କୁ ବିବାହ କରିଥିଲେ। ୨୦୨୧ ମସିହା ମାର୍ଚ୍ଚ ୧୧ ତାରିଖ ଦିନ ଏକ ବିବାହ ଭୋଜିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହେବାରୁ ସୁଭଦ୍ରା ବିଷ ପିଇଦେଇଥିଲେ। ତାଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ତେବେ ଏହି ଘଟଣାର ୬ ମାସ ପରେ ସୁଭଦ୍ରାଙ୍କ ବାପା ଶ୍ରୀ ସାମଲ ଝିଅକୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।