ନୂଆଦିଲ୍ଲୀ ୨୭/୦୭; ବିବାହ ଭିଡିଓ ସେୟାର କଲେ ମହିଳା। ୭୦୦ କିଲୋମିଟର ଦୂରରୁ ଆସି ପତ୍ନୀ ଙ୍କୁ ହତ୍ୟା କଲେ ସ୍ବାମୀ। ଘଟଣାଟି ଘଟିଛି ଆମେରିକାର ଇଲିନୋଇସ୍ ଷ୍ଟେଟ୍ରେ । ପାକିସ୍ତାନୀ ମୂଳ ବାସିନ୍ଦା ୨୯ ବର୍ଷର ସାନିଆ ଖାନଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ରାହିଲ ଅହମ୍ମଦ। ସାନିଆ ଜଣେ ଟିକଟକର ଏବଂ ବୃତ୍ତି ଅନୁଯାୟୀ ଫଟୋଗ୍ରାଫର ଥିଲେ । ବର୍ଷେ ହେବ ପାରିବାରିକ ସମସ୍ୟା ନେଇ ସେ ବିବାହ ବିଚ୍ଛେଦ କରିଥିଲେ। ସ୍ୱାମୀ ରାହୁଲ ଅହମ୍ମଦ ଜଣେ ବ୍ୟବସାୟୀ । ଆଶ୍ଚର୍ଯ୍ୟର କଥା ହେଉଛି ପତ୍ନୀଙ୍କୁ ହତ୍ୟା କରିବା ପରେ ରାହିଲ ମଧ୍ୟ ଆତ୍ମହତ୍ୟା କରିଛନ୍ତି।
ନ୍ୟୁୟର୍କ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ସାନିଆ ଅନେକ ସମୟରେ ସୋସିଆଲ ମିଡିଆରେ ତାଙ୍କ ଛବି ଏବଂ ଭିଡିଓ ପୋଷ୍ଟ କରୁଥିଲେ । ନିକଟରେ ସେ ତାଙ୍କ ବିବାହର ଏକ ଭିଡିଓ ପୋଷ୍ଟ କରିଥିଲେ ଏବଂ ତାଙ୍କ ପୂର୍ବତନ ସ୍ୱାମୀ ଏହାକୁ ଦେଖି ରାଗି ଯାଇଥିଲେ। ଏଥିପାଇଁ ସେ ରାଗିଯାଇ ଜର୍ଜିଆରୁ ୭୦୦ କିଲୋମିଟରୁ ଆମେରିକା ଆସି ସାନିଆଙ୍କ ପାଖରେ ପହଞ୍ଚିଥିଲେ । ଏବଂ ତାଙ୍କୁ ହତ୍ୟା କରିଥିଲେ।
ସାନିଆଙ୍କୁ ସେ ଗୁଳି କରି ହତ୍ୟା କରିଥିଲେ। ଏହାପରେ ସେ ସେହି ପିସ୍ତଲରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଏହି ପୁରା ଘଟଣା ଦେଖି ପୋଲିସ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
Trending
- ଜାଣନ୍ତୁ ଆଜିର ରାଶିଫଳ
- ହଜିବାକୁ ବସିଲାଣି ଅଂଶୁପା ହ୍ରଦ
- ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ
- ଜାଣନ୍ତୁ ଆଜିର ରାଶିଫଳ
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
- ଟ୍ରାଫିକ ପୋଷ୍ଟରୁ ହଟିବ ରେଡ୍ ଲାଇଟ଼: ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର
- ଚାଟ ଖାଇବା ପରେ ପ୍ରସ୍ତୁତି ପ୍ରଣାଳୀ ପଚାରି ବୁଝିଲେ ନୀତା
Wednesday, July 3