ଅପରାଧ ରାଜ୍ୟ

ପତ୍ନୀ, ଝିଅକୁ ହତ୍ୟା ପରେ ଆତ୍ମହତ୍ୟା!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ତୋୟାପୁଟ ଗାଁରେ ଲୋମଟାଙ୍କୁରା ‌ଘଟଣା ଘଟିଛି। ଆଜି ରାତିରେ ବନ୍ଦ ଘରୁ ଦମ୍ପତି ଏବଂ କୁନି ଝିଅର ଶବ ଉଦ୍ଧାର କରାଯାଇଛି। ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇପାରି ନଥିଲେ ସୁଦ୍ଧା ପତ୍ନୀ ଓ ଝିଅକୁ ନିର୍ମମ ଭାବେ ହତ୍ୟା କରିବା ପରେ ଲିଙ୍ଗରାଜ ବିଶୋଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ତୋୟାପୁଟ ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥରେ ଲିଙ୍ଗରାଜ ବିଶୋଇ ମୋବାଇଲ ଦୋକାନ କରିଥିଲେ। ହେଲେ, କିଛିଦିନ ହେଲା ଅର୍ଥ ଅଭାବ ଯୋଗୁ ଭୀଷଣ ମାନସିକ ଚାପରେ ରହିଥିଲେ। ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିଥିବାରୁ ପରିବାର ସଦସ୍ୟଙ୍କ ସହ ମଧ୍ୟ ଅନେକଥର ପାଟିତୁଣ୍ଡ ହୋଇଥିଲା। ଏହାପରେ ଆଜି ରାତି ପ୍ରାୟ ୭ଟାରେ ଗୋଟିଏ ବଖରାରେ ଲିଙ୍ଗରାଜ, ପତ୍ନୀ ଜ୍ୟୋତ୍ସ୍ନା ଏବଂ ଦୁଇ ବର୍ଷର ଝିଅ ଇଶାଙ୍କ ଶବ ଦେଖିବାକୁ ମିଳିଥିଲା। ଏ ସମ୍ପର୍କରେ କେହି ଲକ୍ଷ୍ମୀପୁର ପୁଲିସକୁ ଖବର ଦେଇଥିଲେ। ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ୍, ଏସ୍‌ଆଇ ପଞ୍ଚାନନ ଶତପଥୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିଲେ। କେଉଁ କାରଣରୁ ଲିଙ୍ଗରାଜ ଏଭଳି ଜଘନ୍ୟକାଣ୍ଡ ଘଟାଇଲେ, କେହି ସ୍ପଷ୍ଟ ରୂପେ କହିପାରୁ ନାହାନ୍ତି।

ପାରିପାର୍ଶ୍ବିକ ସ୍ଥିତି ଏବଂ ପ୍ରାଥମିକ ଅନୁସନ୍ଧାନରୁ ଲିଙ୍ଗରାଜ ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ଏହାପରେ ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଝିଅକୁ ହତ୍ୟା କରିଥିବା କୁହାଯାଉଛି। ଆସନ୍ତାକାଲି ସକାଳେ ଶବ ବ୍ୟବଚ୍ଛେଦ କରାଯିବ। ତେଣୁ ସଂପୂର୍ଣ୍ଣ ଘରକୁ ପୁଲିସ ସିଲ୍‌ କରି ରଖିଛି। ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କରିବା ପରେ ଶବକୁ ପଞ୍ଚନାମା କରାଯିବ ବୋଲି ଆଇଆଇସି ପ୍ରକାଶ କରିଛନ୍ତି।

ଘଟଣାକୁ କେନ୍ଦ୍ରକରି ଚାପା ଉତ୍ତେଜନା ପ୍ରକାଶ ପାଇବାରୁ ପୁଲିସ ମୁତୟନ ହୋଇଛନ୍ତି।

ଅନ୍ୟପଟେ ନାରାୟଣପାଟଣା ବ୍ଲକ୍‌ ବିକ୍ରମପୁର ଗାଁରେ ରହୁଥିବା ଜ୍ୟୋତ୍ସ୍ନାଙ୍କ ବାପଘର ଲୋକ ‌ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଏପରିକି ଗରିବ ଘରର ଝିଅ ହୋଇଥିବାରୁ ଜ୍ୟୋତ୍ସ୍ନାଙ୍କୁ ଶ୍ବଶୁର ଘରେ ପାତରଅନ୍ତର କରାଯାଉଥିଲା ବୋଲି କହିଛନ୍ତି। ଯାହାକୁ ଲିଙ୍ଗରାଜଙ୍କ ବାପା ଟଙ୍କଧର ବିଶୋଇ ଖଣ୍ଡନ କରିଛନ୍ତି। ଗରିବ ଘରର ଝିଅକୁ ବୋହୂ କରି ଆଣିବା ପରେ ହସଖୁସିରେ ସମସ୍ତେ ଥିଲେ। କେଉଁ କାରଣରୁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା ତାହା ତାଙ୍କୁ ମଧ୍ୟ ବଚଳିତ କରିଛି। ଏପରିକି ପୁଅକୁ ବ୍ୟବସାୟ କରିବା ପାଇଁ ଅଳ୍ପ ଦିନ ତଳେ ଦୁଇ ଲକ୍ଷ ଟଙ୍କା ଦେଇଥିଲେ ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।