ଖେଳ

ପତ୍ନୀଙ୍କ ମୁହଁ ଲୁଚାଇ ଇର୍ଫାନ ହଟହଟାପତ୍ନୀଙ୍କ ମୁହଁ ଲୁଚାଇ ଇର୍ଫାନ ହଟହଟା

ନୂଆଦିଲ୍ଲୀ: ଏକ ଇନ୍‌ଷ୍ଟାଗ୍ରାମ ପୋଷ୍ଟ୍‌ରେ ପତ୍ନୀ ସାଫା ବେଗଙ୍କ ମୁହଁକୁ ଲୁଚାଇ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ ହଟହଟା ହୋଇଛନ୍ତି। ଏହି ବିତର୍କିତ ପଦକ୍ଷେପ ପାଇଁ ସାମାଜିକ ଗଣମାଧ୍ୟମ ଟ୍ରୋଲର ଶିକର ହୋଇଛନ୍ତି ସେ। ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପସନ୍ଦ କରି ନଥିଲା ବେଳେ କିଛି ତାଙ୍କୁ କଠୋର ମୌଳବାଦୀର ଆଖ୍ୟା ଦେଇଛନ୍ତି। ସାଫା ଓ ଇର୍ଫାନଙ୍କ ବିବାହ ୨୦୧୬ ମସିହା ଫେବ୍ରୁଆରି ୪ ତାରିଖରେ ହୋଇଥିଲା। ତେବେ ବୈବାହିକ ଜୀବନକୁ ମନେ ପକାଇବାକୁ ଯାଇ ମଙ୍ଗଳବାର ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ପତ୍ନୀ ଓ ପୁଅର ଫଟୋ ପ୍ରକାଶ କରିଥିଲେ ସେ। ଏହି ଫଟୋରେ ଇର୍ଫାନ ପୁଅ ଇମ୍ରାନକୁ କାନ୍ଧରେ ତୋଳି ଧରିଥିଲା ବେଳେ ପାଖରେ ପତ୍ନୀ ସାଫା ଏକ ସୁନ୍ଦର ଗୋଲାପି ପୋଷାକ ପିନ୍ଧି ଛିଡ଼ା ହୋଇଛନ୍ତି। ହେଲେ ଏଥିରେ ତାଙ୍କ ମୁହଁକୁ ଧୂଆଁଳିଆ କରି ଦିଆଯାଇଛି।

ଫଳରେ ତାଙ୍କ ଚେହେରା ଚିହ୍ନି ହେଉନି। ଫଟୋ ତଳେ କିନ୍ତୁ ଇର୍ଫାନ ଲେଖିଛନ୍ତି ଯେ ‘ଏକାଠି ରହିବା ଆମର ସବୁଠାରୁ ପସନ୍ଦର ସ୍ଥାନ’। ତେବେ ଫଟୋ ପଦାକୁ ଆସିବା ପରେ ସାଫାଙ୍କ ମୁହଁକୁ ସେ କାହିଁକି ଧୂଆଁଳିଆ କରି ଦେଇଛନ୍ତି ବୋଲି ଅନେକ ପ୍ରଶ୍ନ କରିଛନ୍ତି। ମଜାଦାର କଥା ହେଲା ଇର୍ଫାନ ଏବେ ସାଉଦି ଆରବ ଜନ୍ମିତ ସାଫାଙ୍କୁ କାହାକୁ ଦେଖାଉ ନଥିଲେ ମଧ୍ୟ ବିବାହ ପୂର୍ବରୁ ସେ ଜଣେ ମଡେଲ ଥିଲେ। ସାମାଜିକ ଗଣମାଧ୍ୟମରେ ନିନ୍ଦିତ ହେବା ପରେ ଇର୍ଫାନ ବି ମୁହଁ ଖୋଲିଛନ୍ତି। ଫଟୋଟିରେ ତାଙ୍କ ମୁହଁକୁ ଧୂଆଁଳିଆ କରିବ ଲୁଚାଇବାର ଯୋଜନା ତାଙ୍କ ପତ୍ନୀଙ୍କର ଥିଲା ବୋଲି ସଫେଇ ଦେଇଛନ୍ତି। ଏହି ଫଟୋଟିକୁ ମୋ ରାଣୀ (ସାଫା) ମୋ ପୁଅ ଆକାଉଣ୍ଟରୁ ପ୍ରକାଶ କରିଥିଲେ। ଏହା ତାଙ୍କ ନିଷ୍ପତ୍ତି ଥିଲା। ମୁଁ ତାଙ୍କ ପତି ମାଲିକ ନୁହଁ ବୋଲି ଇର୍ଫାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ