ଅପରାଧ ରାଜ୍ୟ

ପତ୍ନୀଙ୍କ ଦଶାହରେ ଆଖି ବୁଜିଲେ ସ୍ୱାମୀ, ଦୁଇ ଅନାଥ ପିଲାଙ୍କ ଦାୟିତ୍ବ ନେଲା ପ୍ରଶାସନ

ଭଦ୍ରକ : ଭାଗ୍ୟର କି ବିଡ଼ମ୍ବନା। ସ୍ତ୍ରୀଙ୍କର ଦଶାହ ଦିନ ଆଖି ବୁଜିଲେ ସ୍ୱାମୀ। ଆଉ ସବୁଦିନ ପାଇଁ ଅନାଥ ହୋଇଗଲେ ଦୁଇ କୋମଳମତି ଶିଶୁ। ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ବ୍ଲକ ଅନ୍ତର୍ଗତ ବଣିଆ ପଞ୍ଚାୟତରେ।

ବଣିଆ ପଞ୍ଚାୟତ ପେଡ଼ାସାହି ଗ୍ରାମର ନରହରି ପେଡ଼ା ପେଷାରେ ଡ୍ରାଇଭର। ଆଜିକୁ ଦୁଇ ବର୍ଷ ତଳେ ନରହରିଙ୍କ ସହ ତାଙ୍କ ସ୍ତ୍ରୀ ଇତିଶ୍ରୀ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇଥିଲେ। ପରିବାରର ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିଲେ ମଧ୍ୟ ପତ୍ନୀଙ୍କ ଚିକିତ୍ସାରେ ଅବହେଳା କରିନଥିଲେ ନରହରି। ହେଲେ ଦଇବ ସାହା ହେଲାନି। ଅଗଷ୍ଟ ୨୪ ତାରିଖରେ ଇତିଶ୍ରୀଙ୍କର ମୃତ୍ୟୁ ହୋଇଥିଲା। ଆଜି ଇତିଶ୍ରୀଙ୍କର ଦଶାହ କର୍ମ ଚାଲିଥିବା ବେଳେ ନରହରି ମଧ୍ୟ ଆଖି ବୁଜିଥିଲେ। ନରହରିଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯାଇଥିବା ବେଳେ ବାପାମାଆଙ୍କୁ ହରାଇ ୬ ବର୍ଷର ଝିଅ ଓ ୨ ବର୍ଷର ପୁଅ ଅନାଥ ହୋଇଯାଇଛନ୍ତି। ସାହିପଡ଼ିଶା ଚାନ୍ଦା ଆଦାୟ କରି ନରହରିଙ୍କ ଶୁଦ୍ଧିକ୍ରିୟା କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଶାସନ ପାଖରେ ପହଞ୍ଚିଲା ଏହି ଖବର। ଭଦ୍ରକର ଯୁବ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ମଧ୍ୟ ଏହି ଘଟଣାରେ ଭାବପ୍ରବଣ ହୋଇ ମୃତକଙ୍କ ଶୁଦ୍ଧିକ୍ରିୟା ପାଇଁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଛନ୍ତି। ଏଥିସହିତ ଦୁଇ ଅନାଥ ପିଲାଙ୍କ ଦାୟିତ୍ବ ନେଇଛି ଜିଲ୍ଲା ପ୍ରଶାସନ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।