ଦେଶ ବିଦେଶ ମନୋରଞ୍ଜନ

ପତ୍ନୀଙ୍କୁ ଛାଡପତ୍ର ଦେବେ ମହାଭାରତର ଯୁଧିଷ୍ଠିର, ୪ବର୍ଷ ହେଲା ରହୁଛନ୍ତି ଅଲଗା

ନୂଆଦିଲ୍ଳୀ ୦୩।୦୪ : ଟେଲି ଧାରାବାହିକ ଲୋକପ୍ରିୟ ସିରିଏଲ ମହାଭାରତରେ ଯୁଧିଷ୍ଠିର ଭୂମିକାରେ ନଜର ଆସିଥିଲେ ରୋହିତ ଭରଦ୍ୱାଜ। ଏହି ଚରିତ୍ର ପାଇଁ ସେ ବେଶ୍‌ ଲୋକପ୍ରିୟ ମଧ୍ୟ ହୋଇଥିଲେ। ଏବେ ରୋହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁଲାସା କରିଛନ୍ତି। ଗତ କିଛିଦିନ ହେଲାଣି ରୋହିତଙ୍କୁ ଛୋଟ ପରଦାରେ ଦେଖିବାକୁ ମିଳୁନାହିଁ। ଯାହାର କାରଣ ଏବେ ଜଣାପଡିଛି। ଅଭିନେତା ରୋହିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚିନ୍ତିତ ଅଛନ୍ତି, ଯାହାର ପ୍ରଭାବ ତାଙ୍କ ବୃତ୍ତିଗତ ଜୀବନ ଉପରେ ପ୍ରଭାବ ପକାଉଛି।

ରୋହିତ ଭରଦ୍ୱାଜଙ୍କ ଏହି ଖବର ଶୁଣି ଫ୍ୟାନ୍ସମାନେ ଦୁଃଖିତ ହୋଇଯାଇଛନ୍ତି । ଅଭିନେତାଙ୍କ ବୈବାହିକ ଜୀବନରେ ଅନେକ ସମସ୍ୟା ଚାଲିଛି। ରୋହିତଙ୍କ ବିବାହ ଭାଙ୍ଗିବା ସ୍ଥିତିକୁ ଆସିଗଲାଣି। ଏକ ଇଣ୍ଟରଭ୍ୟୁରେ ରୋହିତ କହିଛନ୍ତି, ୨୦୧୭ରେ ଇଣ୍ଡୋନେସିଆ ଟ୍ରିପରୁ ଫେରିବା ପରେ ତାଙ୍କ ପତ୍ନୀ ପୁନମଙ୍କ ସହିତ ଝଗଡା ହୋଇଥିଲା । ବିବାହ ପରେ ସେମାନଙ୍କ ମଧ୍ୟରେ କିଛି ଠିକ୍‌ ନଥିଲା। ଧିରେ ଧିରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଟ୍ରିପରୁ ଫେରିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ଆହୁରି ବଢିଯାଇଥିଲା। ବର୍ତ୍ତମାନ ଛାଡପତ୍ର ନେବା ଯାଏ ମଧ୍ୟ କଥା ପହଞ୍ଚିଗଲାଣି। ରୋହିତ ୪ ବର୍ଷ ହେଲାଣି ଏକୁଟିଆ ରହୁଛନ୍ତି। ଦୁହିଁଙ୍କ ଛାଡପତ୍ର ହେବାକୁ ଆଉ ୨ ମାସ ସମୟ ଲାଗିପାରେ ବୋଲି ଖବରରୁ ସୂଚନା ମିଳିଛି।

ଆଉ ସବୁଠାରୁ ଦୁଃଖର କଥା ହେଉଛି, ନିଜ ପତ୍ନୀଙ୍କ ଠାରୁ ଅଲଗା ହେବା ଯୋଗୁଁ ଝିଅ ଠାରୁ ମଧ୍ୟ ଅଲଗା ରହୁଛନ୍ତି ରୋହିତ। ପୁନମ ଏବଂ ରୋହିତ ୧୦ ବର୍ଷର ଏକ ଝିଅ ରହିଛି। ଯିଏ ନିଜ ମା’ ପୁନମଙ୍କ ସହିତ ଦିଲ୍ଲୀରେ ରହୁଛନ୍ତି। ଗତ ଦୁଇବର୍ଷ ହେଲାଣି ନିଜ ଝିଅର ମୁହଁ ଦେଖିନାହାନ୍ତି ତ। ତେଣୁ ବହୁତ ମନ ଦୁଃଖରେ ରହୁଛନ୍ତି। ହେଲେ ବ୍ୟକ୍ତିଗତ ଜୀବନ ଯୋଗୁଁ କର୍ମମୟ ଜୀବନ ମଧ୍ୟ ଖରାପ ହେବାରେ ଲାଗିଛି। ହେଲେ ଖୁବଶୀଘ୍ର ଏସବୁ ଭୁଲି ପରଦାକୁ ଫେରିପାରନ୍ତି ବୋଲି ଫ୍ୟାନ୍ସ ଆଶା କରୁଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ