ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପତଞ୍ଜଳି ଯୋଗପୀଠରେ ଯୋଗ ଦିବସ: ୨୦ ହଜାର ଯୋଗ ସାଧକଙ୍କ ଅଂଶଗ୍ରହଣ

ହରିଦ୍ବାର : ପତଞ୍ଜଳି ଯୋଗପୀଠ-୨ର ୱେଲ୍‌ନେସ୍ କେନ୍ଦ୍ରର ପଡ଼ିଆରେ ନବମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସହ ୨୦ ହଜାରରୁ ଅଧିକ ଯୋଗ ସାଧକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସାରା ଦେଶରେ ୬୦୦ ଜିଲ୍ଲାର ୫୦୦୦ ତହସିଲରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।

ଏହ ଅବସରରେ ବାବା ରାମଦେବ କହିଛନ୍ତି ଯେ ଧର୍ମ, ଜାତି, ପ୍ରାନ୍ତ ନିର୍ବିଶେଷରେ ପତଞ୍ଜଳି ଜରିଆରେ ଯୋଗମୟ ବିଶ୍ବର ପ୍ରତିଷ୍ଠା ହେଉଛି। ପତଞ୍ଜଳି ବିଶ୍ବବିଦ୍ୟାଳୟର ବିଦ୍ୟାର୍ଥୀମାନେ ବିଶ୍ବର ଯେକୌଣସି ପ୍ରତିଷ୍ଠିତ ବିଶ୍ବବିଦ୍ୟାଳୟ ତୁଳନାରେ ଅଧିକ ସ୍ବାସ୍ଥ୍ୟ ଓ ସମ୍ପଦ ସୃଷ୍ଟି କରିପାରିବେ। ବିଶ୍ବବିଦ୍ୟାଳୟର ବିଜ୍ଞାନ, ଗଣିତ, ପ୍ରଯୁକ୍ତି ସହିତ ଭାରତୀୟ ସଂସ୍କୃତି ଓ ପୁରାତନ ଜ୍ଞାନର ସମାବେଶ ହେବ ବୋଲି ସେ କହିଛନ୍ତି। ସାରା ଦୁନିଆକୁ ଭାରତ ଯୋଗୀଙ୍କୁ ରପ୍ତାନି କରିବ ବୋଲି ରାମଦେବ କହିଛନ୍ତି। ଏହି ଅବସରରେ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି ଯେ ସାରା ବିଶ୍ବକୁ ଯୋଡ଼ିବାର ଏକମାତ୍ର ସାଧନ ହେଉଛି ଯୋଗ। ଏହି ଅବସରରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଯୋଗ ଦେଇ କହିଛନ୍ତି ଯେ ଆମେ ରାଜ୍ୟକୁ ଯୋଗ, ଆଧ୍ୟାତ୍ମିକ ଓ ସଂସ୍କୃତିର କ୍ଷେତ୍ର ଭାବେ ବିକାଶ କରିବୁ। ଏହି କାର୍ଯ୍ୟକ୍ରମରେ ପତଞ୍ଜଳି ଗୁରୁକୂଳମର ୬୬ ବାଳଯୋଗୀ ଲଗାତାର ୧୫୦ ମିନିଟ୍ ପର୍ଯ୍ୟନ୍ତ ୨୧୦୦ରୁ ଅଧିକ ସୂର୍ଯ୍ୟ ନମସ୍କାର କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ