ରାଜ୍ୟ

ପଡ଼ୋଶୀ ଆନ୍ଧ୍ରରେ ଜଗନଙ୍କ ସରକାର ଦୁର୍ନାମ ମୁଣ୍ଡାଉଛି!

ଶ୍ରୀକାନ୍ତ ମହାରଣା

ପାରଳାଖେମୁଣ୍ଡି: ଆଗାମୀ ସାଧାରଣ ନିର୍ବାଚନ ସକାଶେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ରାଜନୀତି ସରଗରମ ହେବାରେ ଲାଗିଛି। ଆନ୍ଧ୍ରର ପୁରୁଖା ନେତାଙ୍କ ତୁହାକୁତୁହା ସୀମାନ୍ତ ଅଞ୍ଚଳ ଗସ୍ତକୁ ନେଇ ଗଜପତିରେ ରାଜନୈତିକ ଚର୍ଚ୍ଚା ଜୋର ଧରିଲାଣି। ଆନ୍ଧ୍ର ମନ୍ତ୍ରୀ ଓ ନେତାଙ୍କ ଗସ୍ତ ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି ଗଜପତିବାସୀ।

୨୦୧୯ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ ୱାଇ.ଏସ୍‌. ଆର୍‌ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀ। ଗଜପତି ଜିଲ୍ଲା ସୀମାରେ ଥିବା ପଲାସା, ଟେକିଲି ଏବଂ ପୁରୁଣାପାଟଣା ବିଧାନସଭା ଆସନରେ ୱାଇଏସ୍‌ଆର କଂଗ୍ରେସର ପ୍ରାର୍ଥୀମାନେ ପ୍ରଥମ ଥର ପାଇଁ ତେଲୁଗୁଦେଶମ ଦଳ ପ୍ରାର୍ଥୀଙ୍କୁ ପରାସ୍ତ କରି ବିଜୟୀ ହୋଇଥିଲେ। ପାରଳା ବିଧାନସଭା ଆସନ ସହ ପୁରୁଣାପାଟଣା ବିଧାନସଭା ଆସନ ସମେତ ପଲାସା ଓ ଟେକିଲି ଅଞ୍ଚଳରେ ଗଜପତିବାସୀଙ୍କ ସାମାଜିକ ଓ ସାଂସ୍କୃତିକ ସମ୍ପର୍କ ରହିଥିବା ଯୋଗୁଁ ନିଶ୍ଚିତ ଭାବେ ଏହି ୩ ଆସନର ରାଜନୀତି ଉପରେ ନଜର ରହିଆସିଛି। ୨୦୨୪ ରେ ଓଡ଼ିଶା ସମେତ ଆନ୍ଧ୍ରରେ ମଧ୍ୟ ବିଧାନସଭା ନିର୍ବାଚନ ହେବ। କିଛିଦିନ ହେଲା ଆନ୍ଧ୍ରର ତିନୋଟି ଯାକ ବିଧାନସଭା ଆସନକୁ ବରିଷ୍ଠ ମନ୍ତ୍ରୀ ଧର୍ମନା ପ୍ରସାଦ ରାଓ ଏବଂ ପଲାସା ବିଧାୟକ ତଥା ମନ୍ତ୍ରୀ ଏସ୍‌. ଆପ୍ପାଲା ରାଜୁ ବାରମ୍ବାର ଗସ୍ତ କରୁଛନ୍ତି। ପାରଳା ସହର ଦେଇ ଦୁହେଁ ବିଭିନ୍ନ ସମୟରେ ଆନ୍ଧ୍ରର ଗ୍ରାମାଞ୍ଚଳକୁ ଯାଉଛନ୍ତି।

ପାରଳା ବିଧାନସଭା ଆସନର ଗୋଷାଣୀ ଏବଂ କାଶୀନଗର ବ୍ଳକ୍‌ର ତେଲୁଗୁ ଜନସାଧାରଣ ଆନ୍ଧ୍ରପ୍ରଦେଶ ରାଜନୀତି ଉପରେ ରୁଚି ରଖୁଥିବାରୁ ସେମାନଙ୍କ ସହ ଆଲୋଚନା ବେଳେ ୱାଇଏସ୍‌ଆର କଂଗ୍ରେସ ବଦଳରେ ତେଲୁଗୁଦେଶମ୍‌ ଦଳ ‌ପ୍ରତି ଆନ୍ଧ୍ରର ଜନସାଧାରଣ ପୁଣି ଢଳୁଥିବା ସୂଚନା ମିଳୁଛି। କେତେକଙ୍କ ମଧ୍ୟରେ ଆନ୍ଧ୍ରରେ କିଏ ସରକାର ଗଢ଼ିବ ସେ ନେଇ ଆଲୋଚନା ହେଉଛି। ସେମାନଙ୍କ ମତରେ ବର୍ତ୍ତମାନ ଓଡ଼ିଶାରେ ବିଜେଡି ସରକାର ଏକ ଦୁର୍ନୀତିମୁକ୍ତ ସରକାର ଭାବେ ଉଭା ହୋଇଥିବା ବେଳେ ଜଗନମୋହନ ରେଡ୍ଡିଙ୍କ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଦୁର୍ନାମ ମୁଣ୍ଡାଇଛି। ଆନ୍ଧ୍ରରେ ଯୋଜନା ନାମରେ ଲୋକଙ୍କୁ ଅଧିକ ଅର୍ଥ ଦିଆଯିବା ସତ୍ତ୍ବେ ସେଠାରେ କେତେକ ବିଧାୟକ ଓ ମନ୍ତ୍ରୀ ଦୁର୍ନୀତିରେ ବୁଡ଼ି ରହିଛନ୍ତି ବୋଲି ସେମାନଙ୍କ ପ୍ରତିକ୍ରିୟା। ଗଙ୍ଗାବାଡ଼ରେ ଆନ୍ଧ୍ରର ଅନୁପ୍ରବେଶ, ପଲାସା ବିଧାୟକ ଆପ୍ପାଲାରାଜୁଙ୍କ ଦାଦାଗିରି ଓ ଗଜପତିବାସୀଙ୍କ ପ୍ରତି ହେୟଜ୍ଞାନ ଯୋଗୁଁ ଗୋଷାଣୀ ବ୍ଳକ୍‌ରେ ଜଗନମୋହନ ସରକାର ବିରୋଧରେ ଜନମତ ବଢ଼ିବାରେ ଲାଗିଛି, ଯାହା ଆନ୍ଧ୍ରର ଶାସକ ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ବୋଲି ଗାରାବନ୍ଧ, ଲାବଣ୍ୟଗଡ଼ ଓ ଗଙ୍ଗାବାଡ଼ ଜନତାଙ୍କ ମତ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।